/odishatv-khabar/media/post_attachments/uploadimage/library/16_9/16_9_0/murder_1754313555.jpg)
murder
ଦକ୍ଷିଣ ଦିଲ୍ଲୀର ଫତେହପୁର ବେରୀ ଥାନା ଅଞ୍ଚଳରେ ଜଣେ ମାଳିଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ ଏକ ଛୋଟ କଥାକୁ ନେଇ ମାଳୀଙ୍କୁ ଗୁଳି ମରାଯାଇଛି । ରାତିରେ ଗେଟ୍ ବନ୍ଦ କରିବାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରଥମେ ତାଙ୍କୁ ଧମକ ଦିଆଯାଇଥିଲା ଏବଂ ୨ ଘଣ୍ଟା ପରେ ଗୁଳି ମରାଯାଇଥିଲା। ମୃତକଙ୍କ ନାଁ ସନ୍ତଲାଲ । ଏହି ଘଟଣା ମଧ୍ୟରାତ୍ରିରେ ୧୨ଟା ପରେ ଘଟିଛି। ଘଟଣାକୁ ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ହୁକ୍କା ପିଇଥିଲେ ଏବଂ କିଛି ଘଣ୍ଟା ପରେ ଏହି କାଣ୍ଡ ଭିଆଇଥିଲେ । ଦିଲ୍ଲୀ ଅତିରିକ୍ତ ଡିସିପି ସାଉଥ ସୁମିତ ଝା ଏହା କହିଛନ୍ତି ।
ଫତେହପୁର ବେରୀ ପୋଲିସକୁ ରାତିରେ ଏହି ଘଟଣାର ସୂଚନା ମିଳିଥିଲା । ଜଣେ ଫୋନ୍ କରି କହିଥିଲେ ଯେ କିଛି ମହିଳା ଜୋରରେ କାନ୍ଦୁଛନ୍ତି । ପଡ଼ୋଶୀଙ୍କ ଦ୍ୱାରା ଏହି ସୂଚନା ପୋଲିସକୁ ଦିଆଯାଇଥିଲା। ଫତେହପୁର ବେରୀ ଥାନାରୁ ପୋଲିସ ଟିମ୍ ଡେରା ଗାଁର ବାବା ମୋହଲ୍ଲା ଅଞ୍ଚଳରେ ପହଞ୍ଚିଥିଲା। ସେଠାରେ ଜଣାପଡ଼ିଥିଲା ଯେ ସନ୍ତଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।ଘଟଣାସ୍ଥଳରୁ ପୋଲିସକୁ ମିଳିଲା ଖୋକା । ଜଣେ ୧୯ ବର୍ଷୀୟ ଯୁବକ ପୀୟୂଷ ଯାଦବ ଅଭିଯୁକ୍ତ ଥିବାର ଜଣାପଡିଥିଲା । ଘଟଣାସ୍ଥଳରେ ଜିଲ୍ଲା ଅପରାଧ ଟିମ୍ ଏବଂ ଫୋରେନ୍ସିକ ଟିମ୍ ମଧ୍ୟ ପହଞ୍ଚିଥିଲେ। ଗୁଳିଟି ମୃତକଙ୍କ ଛାତିରେ ବାଜିଥିଲା। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କଲୋନୀର ଗେଟ୍ ବନ୍ଦ କରିବା ନେଇ ବିବାଦ ହୋଇଥିଲା ଏବଂ ପାଟିତୁଣ୍ଡ ହେବାର କିଛି ସମୟ ପରେ ଯୁବକ ଜଣକ ଏହି ଘଟଣା ଘଟାଇଥିଲା। ମୃତକ ତାଙ୍କ ପରିବାର ସହିତ ରହୁଥିଲେ ଏବଂ ସେ କେୟାରଟେକର ସହିତ ମାଳୀ ଭାବେ ମଧ୍ୟ କାମ କରୁଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ଜଣେ ରିଅଲ ଇଷ୍ଟେଟ ଏଜେଣ୍ଟ ଭାବେ କାମ କରେ । ସେ ଛତରପୁର ଫେଜ୍ ୨ ଅଞ୍ଚଳରେ ରହେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)