• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜକୁ ନିଜେ ଜାଳିଦେଲା ସପ୍ତମ ଶ୍ରେଣୀ ଛାତ୍ର । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ଯାଜପୁର ଟମକା ଥାନା ସମରପିଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

ସୂଚନା ମୁତାବକ ଆଜି ଦଶହରା ଛୁଟି ଖୋଲୁ ଥିବାରୁ ସ୍କୁଲ ଯିବାପାଇଁ କହିଥିଲେ ଛାତ୍ରଙ୍କ ବାପା । କିନ୍ତୁ ସେ ବାପାଙ୍କ କଥାରେ ରାଜି ନହୋଇ ଠାକୁର ଦେଖିସାରିବା ପରେ ସ୍କୁଲ ଯିବା ପାଇଁ କହିଥିଲେ । ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ପୁଅ ଅମଙ୍ଗ ହେବାରୁ ବାପା  କାମରେ ବାହାରକୁ ଚାଲିଯାଇଥିଲେ । ଆଉ ତାଙ୍କ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଚାଲିଯାଇଥିଲେ । ଘରେ ସଂପୃକ୍ତ ଛାତ୍ର ଜଣକ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ: କାହିଁକି ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?

ହେଲେ ପିଲାର ଚିତ୍କାର ଶୁଣି ପଡ଼ିଶା ଘର ଲୋକ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ଘରେ ପହଞ୍ଚିଥିଲେ ପିଲାଟିର ମା’ । ପରେ ପଡ଼ୋଶୀ ଲୋକଙ୍କ ସହାୟତାରେ ଆହତ ଅବସ୍ଥାରେ ପୁଅକୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଛି ।