Advertisment

Pre-Planned Murder in Meerut: ମୀରଟରେ ସାପକାମୁଡା ନୁହେଁ, ଯୁବକଙ୍କ ପ୍ରି-ପ୍ଲାନ୍ଡ ହତ୍ୟା ଉପରୁ ହଟିଲା ପରଦା

ସାପକାମୁଡାରେ ଅମିତ ନାମକ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ବି ହୋଇଥିଲା । କିନ୍ତୁ ସତ ବାହାର କରିଦେଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା, ଅମିତଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସାପକାମୁଡାରେ ମୃତ୍ୟୁ ହୋଇନାହିଁ । ଦେହରେ ସାପ ବିଷ ନଥିଲା ବୋଲି ଜଣାପଡିଲା ।

ଅଦ୍ୟତନ ହୋଇଛି
Murder

Murder

Advertisment

ପ୍ରଥମେ କୁହାଯାଉଥିଲା ସାପକାମୁଡାରେ ମୃତ୍ୟୁ ଘଟିଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କେଶ୍ ଓଲଟିଗଲା । ମୃତକଙ୍କ ପତ୍ନୀ ପୋଲିସ ଆଗରେ ସବୁ କିଛି ଗୋଟି ଗୋଟି କରି ମାନିଗଲା । କେମିତି ମାରିଥିଲା ସ୍ୱାମୀଙ୍କୁ ?

Advertisment

ଜଣେ ଯୁବକଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ମୃତଦେହ ପାଖରେ ଗୋଟିଏ ସାପ ଥିବାର ବି ସମସ୍ତେ ଦେଖିଲେ । ଥାନାରେ ଏକ ଅପମୃତ୍ୟୁ କେଶ୍ ରୁଜୁ ହେଲା । ଘରେ ଯାଥାରୀତି କ୍ରିୟାକର୍ମ ବି ସରିଲା । ସାପକାମୁଡାରେ ଅମିତ ନାମକ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ବି ହୋଇଥିଲା । କିନ୍ତୁ ସତ ବାହାର କରିଦେଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା, ଅମିତଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସାପକାମୁଡାରେ ମୃତ୍ୟୁ ହୋଇନାହିଁ । ଦେହରେ ସାପ ବିଷ ନଥିଲା ବୋଲି ଜଣାପଡିଲା । ଏହା ପରେ ପୋଲିସ ତନାଘନା ଆରମ୍ଭ କଲା । ମୃତକଙ୍କ ପତ୍ନୀକୁ ଘନ ଘନ ପଚରାଉଚରା କଲା । ଶେଷରେ ସତ ଉଗାଳିଲା ପତ୍ନୀ ।

ଅଧିକ ପଢ଼ନ୍ତୁ: କିଣି ପାରିଲେନି ଛେଳି; ନିର୍ଧୂମ ମାଡ଼ ଖାଇଲେ

ସବୁ ସତ ମାନିଗଲା ପୋଲିସ ଆଗରେ । କହିଲା, ପ୍ରେମିକ ସହ ମିଶି ମାରିଛି ସ୍ୱାମୀଙ୍କୁ । ନିଜ ମଥାରୁ ନିଜେ ପୋଛିଥିଲା ସିନ୍ଦୂର । ସାପଟିଏ କିଣି ପୋଲିସ ତଦନ୍ତକୁ କରିଥିଲା ବାଟବଣା । ଭାବିଥିଲା କିଛି ଜଣାପଡିବନି, କିନ୍ତୁ ଲୁଚି ରହିଲାନି ସତ ।

Advertisment

ପୋଲିସ ତଦନ୍ତରୁ ଜଣାପଡିଛି, ଅଭିଯୁକ୍ତ ପତ୍ନୀ ରବିତାର ପ୍ରାୟ ବର୍ଷେ ହେବ ଜଣେ ଯୁବକ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିଛି ଦିନ ତଳେ ସ୍ୱାମୀ ଅମିତ ଏ ସଂପର୍କରେ ଜାଣିବାକୁ ପାଇଥିଲା । ଏହା ପରେ ପତିପତ୍ନୀଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ପରକୀୟା ପ୍ରୀତି ସଂପର୍କରେ ଜାଣିଯିବା ପରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ପତ୍ନୀ ଓ ତା’ର ପ୍ରେମିକ ।

ନିଜ ଘରେ ଅମିତଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ସାପ କାମୁଡିଥିବା ନେଇ ରଚିଥିଲେ ନାଟକ । ଜଣେ ସାପୁଆ କେଳାକୁ ଘରକୁ ଡାକିଥିଲେ । ହଜାରେ ଟଙ୍କା ଦେଇ ସାପଟି କିଣିଥିଲେ । ଏହି ସାପକୁ ମୃତଦେହ ପାଖରେ ଛାଡି ଦେଇଥିଲେ । ସାପକୁ ଏମିତି ଛଡାଯାଇଥିଲା, ଯେମିତି ସେ ମୃତଦେହକୁ ଚୋଟ ମାରିବ । ସାପ ବି ଚୋଟ ମାରିଥିଲା । କିନ୍ତୁ ଯୁବକ ଜଣକ ମରିଯାଇଥିବାରୁ ମୃତଦେହକୁ ବିଷ ଯାଇନଥିଲା । ପରେ ସ୍ଥାନୀୟ ଲୋକଙ୍କୁ ଡାକି ସାପକାମୁଡାରେ ମୃତ୍ୟୁ ଘଟିଥିବାର କହିଥିଲା ପତ୍ନୀ । ପୋଲିସ ପହଞ୍ଚି ମଧ୍ୟ ଦେଖିଥିଲା, ମୃତଦେହ ପାଖରେ ଏକ ସାପ ଅଛି । କେହି ସନ୍ଦେହ କରିନଥିଲେ ଏହା ଏକ ହତ୍ୟାକାଣ୍ଡ ବୋଲି । ଘଟଣା ଚପିଗଲା ବୋଲି ଧରି ନେଇଥିଲା ରାକ୍ଷସୀ ପତ୍ନୀ ।

Advertisment

ମୀରଟର ଆକବରପୁର ସାଦତ ଗାଁରେ ଏହି ଘଟଣା ଘଟିଛି । ଏସପି ରାଜେଶ କୁମାର କହିଛନ୍ତି, ଏହା ଏକ ପ୍ରି-ପ୍ଲାନ୍ଡ ମର୍ଡର । 

ଅଧିକ ପଢ଼ନ୍ତୁ: ଗାଁରେ ପଶି ଆତଙ୍କ ଖେଳାଇଲେ, ଭୁଜାଲିରେ ହାଣିଲେ

Murder Woman Kills Husband Snakebite Illicit Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ