Advertisment

ହତ୍ୟା ପରେ ସ୍ୱାମୀ ଓ ଶାଶୁଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ, ୬ ମାସ ପରେ ସାମ୍ନାକୁ ଆସିଲା ଘଟଣା...

ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Assam Woman Kills Husband & Mother-In-Law, Stores Body Parts In Freezer

Woman kills husband, mother-in-law stores body parts in refrigerator

ଶ୍ରଦ୍ଧା ୱାକର୍‌ ହତ୍ୟାକାଣ୍ଡର ପୁନରାବୃତ୍ତି। ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ। ଆସାମ ଗୌହାଟୀର ନୁନ୍‌ମତି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବୋହୂ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି।

Advertisment

ଅଭିଯୁକ୍ତ ବୋହୂର ନାଁ ବନ୍ଦନା କଲିତା। ତାଙ୍କ କହିବା ଅନୁସାରେ, ସେ ସ୍ୱାମୀ ଅମରଜ୍ୟୋତି ଦେ ଓ ଶାଶୁ ଶଙ୍କାରି ଦେଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ଓ ପରେ ଏହାକୁ ବାହାରେ ଫିଙ୍ଗିଥିଲେ।

ଅଧିକ ପଢ଼ନ୍ତୁ: ଲିଭ୍ଇନ ପରେ ସୈତାନ ସାଜିଲା ପ୍ରେମିକ; ପ୍ରେମିକାକୁ ମାରି ଫ୍ରିଜରେ ରଖି ଆଉ ଜଣଙ୍କୁ ହେଲା ବାହା

Advertisment

ସୂଚନା ଅନୁସାରେ, ବନ୍ଦନା ଅଗଷ୍ଟ ୧୭ରେ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା ପରେ ଭଡ଼ା ଘରୁ ବାହାରକୁ ଯାଇଥିଲେ। ପରେ ଅଗଷ୍ଟ ୨୧ରେ ଘରକୁ ଆସି ସଫାସୁତୁରା କରିଥିଲେ। ଫ୍ରିଜ୍‌ରୁ ମୃତଦେହ ଖଣ୍ଡ ଗୁଡ଼ିକୁ ନେଇ ମେଘାଳୟର ଦ୍ୱାକି ଟାଉନରେ ଫିଙ୍ଗିଥିଲେ। ଏଥିପାଇଁ ତାଙ୍କୁ ତାଙ୍କର ପାର୍ଟନର ଓ ଜଣେ ସାଙ୍ଗ ସାହାଯ୍ୟ କରିଥିଲେ ବୋଲି ବନ୍ଦନା କହିଛନ୍ତି। 

ବନ୍ଦନାଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ, ମହିଳା ଘରକୁ ଫେରିବା ପରେ ଘର ସଫା ସୁତୁରା କରିଥିଲେ। ଏପରିକି ସେ ବେଡ୍‌ ଓ କପଡ଼ା ସବୁ ଟେରାସ୍‌ରେ ଜାଳି ଦେଇଥିଲେ। ଘଟଣାକୁ ନେଇ ବନ୍ଦନା ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ପୋଲିସ୍‌ ହେପାଜତକୁ ପଠାଯାଇଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Murder Murder Case
Advertisment
Advertisment