Advertisment

Shubhamitra Murder: ବୀମା ପାଇଁ ବିବାହ, ବିବାହ କରି ହତ୍ୟା; ବଢ଼ିଲା କିଲର୍ ଦୀପକର ଅଡୁଆ

କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଦଳୁଛି ମୋଡ଼ ପରେ ମୋଡ଼। କିଲର୍ ଦୀପକର କ୍ରାଇମ୍ ଥ୍ରୀଲର୍ କଡ଼ ଲେଉଟାଉଛି। ମାମଲାକୁ ଅତି ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଦର୍ଶାଇ ପୋଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପରେ ବଢ଼ିଛି ଖୁନୀ ଦୀପକ ରାଉତର ବଡ଼ ଅଡୁଆ।

author-image
Tapan Kumar Swain
Murder

Murder

କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ମାମଲାର ତଦନ୍ତ। ଅର୍ଥାତ ଖୋଲିବ ଦ୍ବିତୀୟ ପତ୍ନୀର ହତ୍ୟାର ଗୁମର ସହ ପ୍ରଥମ ପତ୍ନୀର ମୃତ୍ୟୁ ରହସ୍ୟ। କୋଟିଏ ଟଙ୍କାର ବୀମା ଲୋଭରୁ ହତ୍ୟା ଷଡ଼ଯନ୍ତ୍ର ଉପରୁ ବି ଫିଟିବ ପରଦା। ଆଜି ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ପରିବାର ଲୋକେ ବି ଦୁର୍ଘଟଣା ନୁହେଁ, ବରଂ ହତ୍ୟା ଅଭିଯୋଗ କରି ଖୁଣ୍ଟୁଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।...

Advertisment

ବୀମା ଟଙ୍କା ଲୋଭରେ ପତ୍ନୀ ହତ୍ୟାକାରୀ ଦୀପକ ରାଉତକୁ ଆଉ ତ୍ରାହି ନାହିଁ...ଗୋଟିଏ ସ୍ତ୍ରୀକୁ କୋଟିଏ ପାଇଁ ହତ୍ୟା କରି ଦୁର୍ଘଟଣାର ଦେଇଥିଲା କି ରୂପ ? ଆଉ ଗୋଟିଏ ସ୍ତ୍ରୀକୁ ବି ସେହି କୋଟିଏ ଟଙ୍କାର ଲୋଭରେ ତଣ୍ଟି ଚିପି କରିଥିଲା କି ହତ୍ୟା ? ବଢୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ, ଖୋଲୁଛି କିଲର୍ ଦୀପକର କ୍ରାଇମ୍ ଷ୍ଟୋରୀ। ଏ ହେଉଛନ୍ତି ମୃତ ପ୍ରଥମ ପତ୍ନୀ ରାଜସ୍ବ ନିରୀକ୍ଷକ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ୍।

୨୦୨୨, ମାର୍ଚ୍ଚ ୧୭ରେ ଅପର୍ଣ୍ଣାଙ୍କ ମୃତ୍ୟୁ ପଛରେ ଯେଉଁ ଦୁର୍ଘଟଣାର ରୂପ ଦିଆଯାଇଥିଲା ତାହା ନାଟକ ବୋଲି ରୋଜାଲିନ୍ କହିଛନ୍ତି। ତେଣୁ ମାମଲାର ରି ଓପନ୍ ସହ ଖୁଣ୍ଟୁଣୀ ଥାନା ରାଧାକିଶୋରପୁର ନିକଟରେ କ’ଣ ଘଟିଥିଲା, ତାହାର ତଦନ୍ତ କରି ନ୍ୟାୟ ଦାବି କରିଛନ୍ତି।
ବୀମା ପାଇଁ ବିବାହ...ଟଙ୍କା ହଡ଼ପ ପାଇଁ ହତ୍ୟା...ଚାକିରିରୁ ନିଲମ୍ବିତ କନେଷ୍ଟବଳ ତଥା ସିପି ଅଫିସର କିରାଣୀ ଦୀପକ ରାଉତ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ପରେ ପାଇଥିଲା କୋଟିଏ ୨୦ ଲକ୍ଷ ଟଙ୍କା।

Advertisment

ପ୍ରଥମ ପତ୍ନୀ ଅପର୍ଣ୍ଣା ଥାଉ ଥାଉ ହିଁ ଲେଡି କନେଷ୍ଟବଳ ଶୁଭମିତ୍ରାଙ୍କୁ ପ୍ରେମ ଜାଲରେ ଫସାଇଥିଲା ଦୀପକ। ଆଉ ୨୦୨୨, ମାର୍ଚ୍ଚ ୧୭ରେ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ପରେ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟ ବିବାହ କରି ପତ୍ନୀ ବନାଇଥିଲା। ଶୁଭମିତ୍ରାଙ୍କ ବାପାଙ୍କ ଅଭିଯୋଗ, ଝିଅ ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କା ବୀମା କରିଥିଲା ଦୀପକ। ତେଣୁ ଅପର୍ଣ୍ଣା ଭଳି ଶୁଭମିତ୍ରାଙ୍କୁ ବି ବୀମା ଟଙ୍କା ପାଇଁ ଦୀପକ ହତ୍ୟା କରିଛି। ଯେଉଁଥିରେ ଦୀପକର ବଡ଼ ଭାଇ, ଯିଏ ବିଲଡର୍ ଅଛି, ସେ ଏହାର ମାଷ୍ଟରମାଇଣ୍ଡ। ଡାକ୍ତର ଥିବା ଦୀପକର ଭଣଜା ସହଯୋଗରେ ଝିଅକୁ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି।

ସେପଟେ ଫାଇନାନ୍ସ ଏକ୍ସପର୍ଟଙ୍କ ମତ, ଯଦି ହତ୍ୟା କରି ଦୁର୍ଘଟଣା ନାଁରେ ବୀମା ରାଶି ହଡ଼ପ କରାଯାଇଥାଏ, ତେବେ ପ୍ରମାଣିତ ହେଲେ ସଂପୃକ୍ତ ବୀମା କମ୍ପାନୀ ଦୀପକ ନାଁରେ ଏତଲା ଦାୟାର କରିପାରିବ।
ତେବେ ଝାରପଡ଼ା ଜେଲରେ ଥିବା ଦୀପକ, ତା’ସମ୍ପର୍କୀୟ ଭାଇ ବିନୋଦ ଓରଫ ପପୁ ଏବଂ ଶୁଭମିତ୍ରାଙ୍କୁ ହତ୍ୟା ପରେ ଘଟଗାଁ ଅଞ୍ଚଳରେ ପୋତା ଯାଇଥିବା ଜମିର ମାଲିକ ଶମ୍ଭୁନାଥ ଓରଫ୍ ଜଟିଆ ବ୍ୟତୀତ ଆଉ କାହାର ରହିଛି ସଂପୃକ୍ତି ? ଅପର୍ଣ୍ଣା ଓ ଶୁଭମିତ୍ରାଙ୍କୁ ହତ୍ୟା ଅଭିଯୋଗ ମାମଲା ପଛରେ ବୀମା ଟଙ୍କା ନା ଆଉ କିଛି ? ତାକୁ ନେଇ ନା ନା ପ୍ରଶ୍ନ ଭିତରେ ଏହି ମାମଲାକୁ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଦର୍ଶାଇ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି ପୋଲିସ।

କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ଏବଂ ଖୁଣ୍ଟୁଣି ଥାନାରୁ ତଥ୍ୟ ପ୍ରମାଣ ସଂଗ୍ରହ କରି ଏହି ବୀଭତ୍ସ ମାମଲାର ହେବ ଖୋଳତାଡ଼। ମହିଳା ବିରୋଧୀ ଅପରାଧର ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୧୪ରେ ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହୋଇଥିଲା 'ରେଡ୍ ଫ୍ଲାଗ୍' ବ୍ୟବସ୍ଥା। ମାମଲାର ପ୍ରତିଟି ଦିଗକୁ ପ୍ରାଥମିକତା ଦିଆଯିବା ସହ ତଦନ୍ତ ରିପୋର୍ଟକୁ ରଖାଯିବ ରେଡ୍ ଏନଭେଲପରେ।

ଅଧିକ ପଢ଼ନ୍ତୁ: ବିଜେଡିରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ସାଂସଦ ଓ କର୍ପୋରେଟର, କହିଲେ ତାଙ୍କୁ ଦିଆଯାଇଛି ନିର୍ଯାତନା 

constable-shubhamitra-murder
Advertisment
Related Articles
Advertisment