Advertisment

ଗିରଫ ପରେ ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ପ୍ରଥମ ଫଟୋ, କୋଲକାତାରୁ ବସ୍‌ରେ ଫେରୁଥିଲେ...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Prime Accused Sarmistha Rout Arrested

Prime Accused Sarmistha Rout Arrested

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। 

Advertisment

ଗିରଫ ପରେ ଶର୍ମିଷ୍ଠା ଓ ଝୁନାଙ୍କ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଦେଖିବାକୁ ମିଳିଛି, ଶର୍ମିଷ୍ଠା ଚେୟାରରେ ବସିଥିବା ବେଳେ ମାସ୍କ ପିନ୍ଧିଛନ୍ତି। 

କୋଲକାତାରୁ ଫେରିବା ବେଳେ ଶର୍ମିଷ୍ଠା ଧରାପଡ଼ିଛନ୍ତି। ଆଜି କୋଲକାତାରୁ ଫେରିବା ବେଳେ ନଳାଙ୍ଗ ନିକଟରୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଶର୍ମିଷ୍ଠାଙ୍କୁ ଧରିଥିଲେ। ବସ୍‌ରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ଶର୍ମିଷ୍ଠା ଗିରଫ ହୋଇଛନ୍ତି। ଶର୍ମିଷ୍ଠା କୋଲକାତା ଓ ଗୌହାଟିରେ କିଛି ଦିନ ରହିଥିଲେ। ଏପରିକି ରେଲ୍‌ୱେ ଷ୍ଟେସନରେ ବି ସେ ଆଶ୍ରୟ ନେଇଥିବା ସୂଚନା ମିଳିଛି।

Advertisment

ମାନସଙ୍କ ହତ୍ୟା ପରେ ଫେରାର ଥିଲେ ଶର୍ମଷ୍ଠା ଓ ତାଙ୍କ ସହଯୋଗୀ। ମାନସଙ୍କ ପାଖରେ ଥିବା ଏକ ମେମୋରି ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏଯାଏ ତାହା କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ୍ ହାତରେ ଲାଗିନି। ତେଣୁ ସେହି ମେମୋରି ଚିପ୍ ଖୋଜିବା କ୍ରାଇମବ୍ରାଞ୍ଚ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। 

Cameraman Manas Swain Murder Case Sarmistha Rout Camera Man Manas Swain
Advertisment
Advertisment