Advertisment

ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।

author-image
Sonali Ojha
ଅଦ୍ୟତନ ହୋଇଛି
Family Suicide Attempt in Cuttack, 3 Hospitalized

Suicide

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’। କଟକ ସିଡିଏର ଏହି ଅଭାବନୀୟ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି।ଚିକିତ୍ସାଧୀନ ଅବସ୍ଥାରେ ବାପା ଉମାଚରଣ ପଣ୍ଡା ଓ ମା ସରୋଜିନୀ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସୌମ୍ୟ ରଞ୍ଜନ ପଣ୍ଡା ଏବେବି ଚିକିତ୍ସାଧୀନ ଅଛନ୍ତି।

Advertisment

ବାଙ୍ଗାଲୋରର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଥିଲେ ସୌମ୍ୟ ରଞ୍ଜନ ପଣ୍ଡା। ତାଙ୍କର ପୂରା ପରିବାର ମର୍କତନଗର ସେକ୍ଟର-୬ରେ ଭଡ଼ାରେ ରହୁଥିଲେ। ଗତ ଶୁକ୍ରବାର ସନ୍ଧ୍ୟା ପରଠାରୁ ପରିବାରର ବାହାରକୁ ନ ବାହାରିନଥିଲେ। ଘରଭିତରୁ କାହାରି ପାଟି ଶୁଣା ମଧ୍ୟ ଯାଇନଥିଲା। ଯାହାକୁ ନେଇ ନେଇ ଘରମାଲିକଙ୍କର ସନ୍ଦେହ ହୋଇଥିଲା। ସେ ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ପୋଲିସ ସେଠାରେ ପହଞ୍ଚି ଘରର କବାଟ ବାଡ଼େଇଥିଲା, ହେଲେ ଭିତରୁ କୌଣସି ଉତ୍ତର ମିଳି ନଥିଲା।

ଅଧିକ ପଢନ୍ତୁ : ୫୪ ମହିଳାଙ୍କ ହୃଦୟର ରାଜା ସତ୍ୟଜିତ; ୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯!

Advertisment

କବାଟ ଭାଙ୍ଗି ଭିତରେ ପଶିବା ପରେ ମୁମୂର୍ଷୁ ଅବସ୍ଥାରେ ୮୫ ବର୍ଷୀୟ ଉମାଚରଣ ପଣ୍ଡା ଓ ୮୦ ବର୍ଷୀୟ ସରୋଜିନୀ ପଣ୍ଡା ଏବଂ ଅନ୍ୟ ଏକ କୋଠରୀରେ ସୌମ୍ୟରଞ୍ଜନ ପଡ଼ିଥିଲେ। ସମସ୍ତେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥଲେ। ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲର ଆଇସିୟୁ ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ବାପା ଓ ମା’ ପ୍ରାଣ ହରାଇଛନ୍ତି। ତେବେ କାହିଁକି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ମର୍କତ ନଗର ଥାନା ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

Suicide Attempt Software Engineer
Advertisment
Advertisment