• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭାକୁ ପଶିଗଲେ ବ୍ୟକ୍ତି । ବିଧାୟକଙ୍କ ଆସନରେ ବି ବସିଲେ । ହେଲେ ଘଟଣା ସମ୍ପର୍କରେ କିଛି ବୁଝିପାରିଲେନି ସୁରକ୍ଷା କର୍ମୀ । ବ୍ୟକ୍ତିଙ୍କ ଏପରି କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଏବେ ଆଲୋଚନାର ବିଷୟ ପାଲଟିଛି । ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।

ଏପରି ଏକ ଘଟଣା କର୍ଣ୍ଣାଟକ ବିଧାନସଭାରେ ଘଟିଛି । କର୍ଣ୍ଣାଟକ ସରକାରଙ୍କ ବଜେଟ୍ ଅଧିବେଶନ ସମୟରେ ବ୍ୟକ୍ତି ଜଣକ ବିଧାନସଭା ଭିତରକୁ ପଶିଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ କର୍ଣ୍ଣାଟକ ବିଧାନସଭା ବଜେଟ୍ ଅଧିବେଶନ ରହିଥିଲା । ସେହି ସମୟରେ ଜଣେ ବ୍ୟକ୍ତି ବିଧାନସଭା ମଧ୍ୟକୁ ପଶିଆସି ବିଧାୟକଙ୍କ ଚେୟାରରେ ବସିପଡ଼ିଥିଲେ ।

ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ବ୍ୟକ୍ତି ଜଣକ କର୍ଣ୍ଣାଟକର ଚିତ୍ରାଦୁରଗା ଜିଲ୍ଲାର । ସେ ବଜେଟ୍ ଅଧିବେଶନରେ ଯୋଗଦେବାକୁ ଚାହୁଁଥିବାରୁ ବିନା ଅନୁମତିରେ ବିଧାନସଭା ଭିତରକୁ ପ୍ରବେଶ କରିଛନ୍ତି ବୋଲି ପୋଲିସକୁ କହିଛନ୍ତି ।

ଖାଲି ସେତିକି ନୁହେଁ, ପୋଲିସ ଆହୁରି ମଧ୍ୟ କହିଛି କି, ବିଧାନସଭାକୁ ପଶିଥିବା ବ୍ୟକ୍ତି ଜଣକ ୭୦ ବର୍ଷିୟ ବୃଦ୍ଧ । ସେ ଯେତେବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ସେ ଜଣେ ବିଧାୟକ ବୋଲି ନିଜକୁ ପରିଚୟ ଦେଇଥିଲେ । ହେଲେ ତାଙ୍କ ପାଖରେ ସେପରି କିଛି ପ୍ରମାଣ ମିଳିନଥିଲା ।

ପରେ ତାଙ୍କୁ ବିଧାନସଭାରୁ ବାହାରକୁ ଆଣିବାକୁ ସୁରକ୍ଷା ଅଧିକାରୀମାନଙ୍କୁ ଡକାଯାଇଥିଲା । ତାହା ସହ ଏ ସମ୍ପର୍କରେ ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଘଟଣାର ଦୁଇ ଘଣ୍ଟା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଗିରଫ କରିଥିଲେ ।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାନସଭାରେ ବୃଦ୍ଧ ଜଣକଙ୍କ ଅନୁପ୍ରବେଶକୁ ନେଇ ଅଲୋଚନାର ବିଷୟ ହୋଇଛି । ତାହାସହ କର୍ଣ୍ଣାଟକ ବିଧାନସଭାରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।