• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ଛୁଆକୁ ହତ୍ୟା । ନିଜ ଜନ୍ମ କଲା ସନ୍ତାନକୁ ଫିଙ୍ଗି ଦେଲା ବାପା । ପୁଅ ଜନ୍ମ ହେବାର ମାତ୍ର କିଛି ଦିନ ଭିତରେ ଏଭଳି କାଣ୍ଡ ଘଟାଇଛି ବାପା । ତେବେ ଏଭଳି କରିବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଇଏ ବାପା ନା ସଇତାନ । ଏହି ବ୍ୟକ୍ତି ଜଣଙ୍କ କେତେ ଠିକ୍‌ ଆଉ କେତେ ଭୁଲ ତାହା ଆପଣମାନେ ପୁରା କାହାଣୀ ଜାଣିବା ପରେ ଚିନ୍ତା କରିବେ ଆଉ କମେଣ୍ଟରେ ଜଣାଇବେ ।

ତେବେ ପୁରା ଘଟଣାଟି ହେଲା ଚାକିରି ଚାଲିଯିବା ଭୟରେ ନିଜ ସନ୍ତାନକୁ କେନାଲରେ ଫିଙ୍ଗି ଦେଲେ ବାପା-ମାଆ । ଏହି ଘଟଣା ରାଜସ୍ଥାନର ବିକାନର ଜିଲ୍ଲାରୁ ସାମ୍ନାକୁ ଆସିଛି । ରାଜସ୍ଥାନ ସରକାରଙ୍କ ନିୟମ ଅନୁଯାୟୀ କୌଣସି ସରକାରୀ କର୍ମଚାରୀଙ୍କ ଦୁଇରୁ ଅଧିକ ସନ୍ତାନ ରହିବ ନାହିଁ । ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ୪ ମାସର ପୁଅକୁ ମାରି ବିଲରେ ଫୋପାଡ଼ିଲା ବାପା, କହିଲା..‘ଆଶ୍ରମରେ ଛାଡ଼ିଦେଇ ଆସିଛି’

ରାଜସ୍ଥାନ ସରକାରଙ୍କ ଏଭଳି କଡ଼ା ନିୟମ କାରଣରୁ, ଝାୱରଲାଲ ମେଘୱାଲ ନାମକ ଜଣେ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ଏଭଳି ସାଂଘାତିକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସେ ରାଜସ୍ଥାନ ସରକାରରେ ଚୁକ୍ତିଭିତ୍ତିକ ଚାକିରି କରିଛନ୍ତି ଏବଂ ଆଗକୁ ତାଙ୍କ ଚାକିରି ନିୟମିତ ହେବାକୁ ଯାଉଛି । ତେଣୁ ସେହି ଆଶାରେ ସେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । କାରଣ ତାଙ୍କର ପୂର୍ବରୁ ଦୁଇଟି ସନ୍ତାନ ରହିଛନ୍ତି । ଯେଉଁ ସନ୍ତାନକୁ ସେ କେନାଲରେ ଫିଙ୍ଗିଦେଲେ ତାହା ତାଙ୍କର ତିନି ନମ୍ବର ସନ୍ତାନ ରହିଥିଲା । ଯଦି ତୃତିୟ ସନ୍ତାନ କଥା ବାହାରେ ପ୍ରଘଟ ହୋଇଥାନ୍ତା ତେବେ ତାଙ୍କର ଚାକିରି ନିୟମିତ ହେବା ବଦଳରେ ଚାଲିଯିବାର ସମ୍ଭାବନା ମଧ୍ୟ ରହିଥିଲା । ତେଣୁ ସେ ନିଜ ସନ୍ତାନକୁ ମାରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ଘଟଣା ପରେ ପୋଲିସ ଝାୱରଲାଲ ଏବଂ ତାଙ୍କ ପତ୍ନୀ ଗୀତା ଦେବୀଙ୍କୁ ଗିରଫ କରିଛି । କାରଣ ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି ।