• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସନ୍ତାନଟିଏ ପାଇବା ପାଇଁ କିଏ କେତେ ଓଷାବ୍ରତ କରୁଛି। କିନ୍ତୁ ଏଠି ଜଣେ ବାପା ଘରକଳିକୁ ନେଇ ନିଜର ୪ ମାସର ସନ୍ତାନକୁ ମାରି ବିଲରେ ଫୋପାଡ଼ି ଦେଇଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ପାଣିଶିଆଳି ଗାଁରେ।

ଧାନ ବିଲରେ ଜଣେ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି l ଶିଶୁପୁତ୍ର ଜଣକ ହେଉଛନ୍ତି ଗୋରୀ ବାସ୍କେଙ୍କ ପୁଅ ତ୍ରିନାଥ ବାସ୍କେ l ଗୋରୀ ବାସ୍କେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ଅଞ୍ଚଳର ଦୁଲାରାମ ବାସ୍କେଙ୍କୁ ଗତ ୨ ବର୍ଷ ତଳେ ବିବାହ କରିଥିଲେ l ଗତ ୪ ମାସ ତଳେ ତାଙ୍କର ଏକ ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା l

ଗୋରୀ ବାସ୍କେ, ସ୍ୱାମୀ ଦୁଲାରାମ ବାସ୍କେ ଓ ଶିଶୁ ପୁତ୍ର ଉଭୟ ମକରମେଳା ପାଇଁ ବାପ ଘର ସୋର ଥାନା ଆଟପୁର ଗାଁକୁ ଆସିଥିଲେ l ସେଠାରେ ସେମାନେ ମକରସଂକ୍ରାନ୍ତି ପାଳିଥିଲେ l ପରଦିନ ସନ୍ଧ୍ୟାରେ ଦୁଲାରାମ ନିଜ ଘରକୁ ଯିବାକୁ କହିଥିଲେ l କିନ୍ତୁ ସନ୍ଧ୍ୟା ହେବାରୁ ଗୋରୀ ଘରକୁ ଯିବାକୁ ମନା କରିଥିଲେ l ପରେ ଉଭୟଙ୍କ ମଧ୍ୟରେ ଝଗଡା ସହିତ ଗଣ୍ଡଗୋଳ ହୋଇଥିଲା l ଯାହାକୁ ନେଇ ଦୁଲାରାମ ଗୋରୀଙ୍କୁ ମାଡ଼ ମାରିଥିଲେ l

ପରେ ଦୁଲାରାମ ତାଙ୍କ ୪ ମାସର ଶିଶୁପୁତ୍ର ତ୍ରିନାଥକୁ ଗୋରୀଙ୍କ ପାଖରୁ ଛଡାଇ ନେଇଯାଇଥିଲେ l ୨ ଦିନ ପରେ ଗୋରୀ ତାଙ୍କର ସ୍ୱାମୀଙ୍କୁ ପୁଅ ବାବଦରେ ପଚାରିଥିଲେ l ଏବଂ ଦୁଲାରାମ ପୁଅକୁ ଏକ ଆଶ୍ରାମରେ ଛାଡିଥିବା କଥା କହିଥିଲେ ଆଉ ଦଶ ବର୍ଷ ପୂର୍ବରୁ ତାଙ୍କୁ ଦେଖା କରି ହେବନାହିଁ ବୋଲି କହିଥିଲେ l

କିନ୍ତୁ ଗତକାଲି ସନ୍ଧ୍ୟାରେ ପାଣିଶିଆଳି ଗାଁ ପାଖ ଏକ ଏକ ବିଲ ଭିତରୁ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା l ପରେ ସାମାଜିକ ଗଣମାଧ୍ୟମରେ ତାଙ୍କର ଫଟୋ ମାଆ ଗୋରୀ ବାସ୍କେ ଦେଖିବାକୁ ପାଇଥିଲେ l ପରେ ମାଆ ସେଠାରେ ପହଞ୍ଚି ପୁଅକୁ ଚି଼ହ୍ନଟ କରିଥିଲେ l ପାଣିଶିଆଳି ଗାଁ ରାସ୍ତା ଠାରୁ ୧ କିଲୋମିଟର ଦୂର ବିଲ ମଝିରେ ବାପ ଚାରିମାସ ଶିଶୁ ପୁତ୍ରକୁ ଫିଙ୍ଗି ଚାଲିଗଲା ଆଉ ଆଶ୍ରମରେ ଛାଡ଼ିବାର ନାଟକ ରଚିଲା। l

ମୃତ ଶିଶୁ ସ୍ବେଟରରେ ଲାଗିଛି ରକ୍ତ ଛିଟା ଶିଶୁ ଛାତିରେ ଏକ ଦାଗ ଅଛି ଯାହା ହତ୍ୟା ବୋଲି ସନ୍ଦେହ କରାଯାଉଛି l ସନ୍ଧ୍ୟାରେ ମୃତ ଶିଶୁଟିକୁ କୁକୁର ଖାଇବାକୁ ଉଦ୍ୟମ ବେଳେ ବିଲକୁ ଯାଇଥିବା କିଛି ଲୋକେ ଦେଖିବାକୁ ପାଇଥିଲେ l ସେହି ସ୍ଥାନଟି ଖଇରା ପୋଲିସର ହୋଇଥିବାରୁ ଖଇରା ଥାନାରେ ଶିଶୁପୁତ୍ରକୁ ଦୁଲାରାମ ତଣ୍ଟି ଚିପି ମାରିଦେଇଥିବା ନେଇ ମାଆ ଲିଖିତ ଅଭିଯୋଗ କରିଥିଲେ l ସେହି ଆଧାରରେ ପୋଲିସ ଦୁଲାରାମର ଗାଁକୁ ଯାଇ ସେଠାରୁ ତାଙ୍କୁ ଧରିଥିଲା l

ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ସୋର ମେଡିକାଲରେ ପୋଷ୍ଟମୋର୍ଟମ କରାଯାଇଛି l ତେବେ ଜଣେ ମାଆ ତାର ପୁଅକୁ ହରାଇବା ପରେ ଦୁଃଖରେ ମେଡ଼ିକାଲ ଆଗରେ ଆଖିରେ ଲୁହ ଗଡ଼ାଇ କାନ୍ଦୁଛି l ଏଭଳି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଜଣେ ବାପା ୪ ମାସର ଶିଶୁପୁତ୍ର ମାରିବା ପାଇଁ କେମିତି ହାତ ଗଲା କିଛି ବୁଝା ପଡୁନି l ତେବେ ତ୍ରିନାଥର ମାଆ ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଦାବୀ କରିଛନ୍ତି l

 

(ରିପୋର୍ଟ- ନିରଞ୍ଜନ ବେହେରା, ସୋର)