crime
ସଇତାନ୍ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାର କଥା ଦେଇଥିବା ମଣିଷ ଅମଣିଷ ପାଲଟିଗଲା । ଯୌତୁକ ଟଙ୍କା ପାଇଁ ଛୁରୀରେ ସ୍ତ୍ରୀର ତଣ୍ଟି କାଟିଦେଇଛି ମଦ୍ୟପ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ନିକଟ ବଣିଆ କାଞ୍ଚପଡା ଗାଁରେ ।
କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ । ବାପ ଘରୁ ଟଙ୍କା ଆଣିବା ପାଇଁ ଗାୟତ୍ରୀଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ । ଆଉ ଏଥିପାଇଁ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।
ଅଧିକ ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ନେଇଗଲେ
ଏହି ଘଟଣାକୁ ନେଇ ଆଜି ଭୋର ସମୟରେ ନିଶାସକ୍ତ ଅବସ୍ଥାରେ ଜଗବନ୍ଧୁ ସ୍ତ୍ରୀକୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ସେ ଗାୟତ୍ରୀଙ୍କ ତଣ୍ଟି କାଟି ଦେଇଥିଲେ । ଏହାପରେ ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତ କରିଥିଲେ ।
ହେଲେ ସେଠାରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ।
(ରିପୋର୍ଟ- ପାର୍ଥ ସାରଥୀ ନାୟକ, ଭଦ୍ରକ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/crime_1673941796.jpg)