/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689220133.jpg)
Man shot dead
ଝିଅର ଶାଶୁ ଘରୁ ଯାଇ ଆଉ ଫେରିଲେନି.. ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ.. ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର । ଗଞ୍ଜାମ ପୋଲସରାର ବ୍ଲକ ଛକ ନିକଟରେ ଘଟିଛି ଗୁଳିକାଣ୍ଡ। ଏଥିରେ ବାପାର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି ।
Advertisment
ମୃତକ ହେଲେ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା। ସେ ଝିଅର ଶାଶୁ ଘରକୁ ଯାଇଥିବା ବେଳେ ଗୁଳିକାଣ୍ଡ ହୋଇଛି । ପାରିବାରିକ ବିବାଦରୁ ପାଟିତୁଣ୍ଡ ଘଟି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଝିଅର ସଂପର୍କୀୟ ପ୍ରଶାନ୍ତ ବେହେରା ଗୁଳି ଚଳାଇଥିବା ସୂଚନା ମିଳିଛି ।
ଗୁଳିମାଡ଼ ପରେ ଆହତ ବିଜୟ ଓ ଗାୟତ୍ରୀଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଛି। ତାସହ ଅଭିଯୁକ୍ତ ପ୍ରଶାନ୍ତଠାରୁ ପୋଲିସ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି। ....
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)