• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ମହଙ୍ଗା ପଡ଼ିଲା ଅନୈତିକ ପ୍ରେମ । ବିବାହିତା ମହିଳାଙ୍କ ପାଇଁ ହେଲା କାଳ ଅବୈଧ ସମ୍ପର୍କ । ହୋଟେଲ୍‌ ରୁମରେ ପ୍ରେମିକାର ଗଳା ଚିପି ହତ୍ୟାକଲା ପ୍ରେମିକ । ଯାହା ପାଇଁ ପିଲାଛୁଆ ସ୍ୱାମୀ ଛାଡ଼ି ଆସି ହୋଟେଲରେ କିଛି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ପହଞ୍ଚିଥିଲେ ବିବାହିତା ମହିଳା, ସେ ହିଁ ଜୀବନ ନେଇଗଲା । ଘରକୁ ଯିବାପାଇଁ ଜିଦ୍‌ କରିବାରୁ ତଣ୍ଟି ଚିପି ମାରିଦେଲା ଅଭିଯୁକ୍ତ । ହୋଟେଲ କର୍ମଚାରୀଙ୍କ ଠାରୁ ଖ‍ବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ଛାନଭିନ୍‌ କରିବା ପରେ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି । ଗାଜିଆବାଦର ଏକ ହୋଟଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

ବାଗପତରେ ରଚନା(୪୪ବର୍ଷ) ସ୍ୱାମୀ ରାଜକୁମାର ଓ ପିଲାଛୁଆଙ୍କ ସହ ରୁହନ୍ତି । ମୃତକ ଏକ ବେସରକାରୀ କମ୍ପାନୀରେ କ୍ଲର୍କ ରୂପରେ କାମ କରୁଥିଲେ । ସବୁ ଠିକ୍‌ ଠାକ୍‌ ଚାଲିଥିବା ବେଳେ ହଠାତ୍‌ କାହାଣୀରେ ପ୍ରେମିକ ଗୌତମ(୩୪ ବର୍ଷ)ର ଏଣ୍ଟ୍ରି ହୁଏ । ସେ ଏକ ଫର୍ଣ୍ଣିଚର୍‌ ଦୋକାନରେ କାମ କରେ । ସବୁବେଳେ ଫୋନ୍‌ ତଥା ମେସେଜରେ ଯୋଗାଯୋଗ ଥିବାବେଳେ ମିରଟରେ ଭେଟିବା ପାଇଁ ଉଭୟେ ଯୋଜନା କରିଥିଲେ । ଆଉ ତା’ପରେ ଅଫିସ୍‌ କାମ ଥିବା କହି ଗୌତମକୁ ଭେଟିବାକୁ ୨୩ ତାରିଖ ଦିନ ଘରୁ ବାହାରି ଯାଇଥିଲେ ରଚନା । ଦୁଇ ଦିନ ସେଠାରେ ରହିବା ପରେ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ଦିନ ଗାଜିଆବାଦର ଦିଲ୍ଲୀ-ମେରଟ ମାର୍ଗ ଶିବମ ବିହାର କଲୋନୀ ସ୍ଥିତ ଏକ ହୋଟେଲରେ ପହଞ୍ଚିଥିଲେ ଉଭୟେ ।

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ବାହା ହେବାକୁ ପତ୍ନୀଙ୍କୁ ମାରାତ୍ମକ ଇଞ୍ଜେକ୍ସନ୍‌ ଦେଇ ହତ୍ୟା ! ପାଞ୍ଚ ମାସ ପୂର୍ବରୁ ହୋଇଥିଲା ବିବାହ

ସେଠାରେ କିଛି ସମୟ ରହିବା ପରେ ଘରକୁ ବାହାରିଥିଲେ ରଚନା । କାରଣ ତାଙ୍କ ପାଖକୁ ବାରମ୍ବାର ସ୍ୱାମୀଙ୍କ ଫୋନ୍‌ କଲ୍ ଆସୁଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଆଉ ହିତାହିତ ଜ୍ଞାନ ଭୁଲି ରଚନାଙ୍କୁ ହତ୍ୟା କରିଥିଲା ପ୍ରେମକ । ରଚନାକୁ ହତ୍ୟା କରିବା ପରେ ରବିବାର ଦିନ ପୂରା ରାତି ହୋଟେଲରେ ରହିଥିଲେ ଅଭିଯୁକ୍ତ ।

ସୋମବାର ସକାଳ ୧୦.୩୦ ସୁଦ୍ଧା ଏଟିଏମରୁ ଟଙ୍କା ଉଠାଇବା ବାହାନାରେ ହୋଟେଲ୍‌ରୁ ବାହାରି ଯାଇଥିଲା । ହେଲେ ହୋଟେଲକୁ ନଫେରିବାରୁ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା । ହୋଟେଲର ଜଣେ କର୍ମଚାରୀ ରାତି ପ୍ରାୟ ୧ଟା ସମୟରେ ରୁମକୁ ଯାଇଥିଲେ । ହେଲେ ସେଠାରେ ମହିଳାଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ଫୋନ୍‌ କରି ସବୁକଥା ଜଣାଇଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା । ସନ୍ଧ୍ୟା ୫.୩୦ ସୁଦ୍ଧା ମୁରାଦାନଗର ସ୍ଥିତ ଗଙ୍ଗା କେନାଲ ନିକଟରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ହେବାପରେ ପୋଲିସ୍‌ ସାମ୍ନାରେ ନିଜ ଅପରାଧର କାହାଣୀ ବଖାଣିଛି ଅଭିଯୁକ୍ତ ।

ଗୌତମ କହିଛି, ରଚନାଙ୍କ ସହିତ ହୋଟେଲକୁ ଆସିବା ପରେ ପୂରା ରାତି ରହିବା ପାଇଁ ସେ ବାଧ୍ୟ କରିଥିଲା। ହେଲେ ଏଥିରେ ରଚନା ରାଜି ହୋଇନଥିଲେ । ଯଲଦି ଘରକୁ ଫେରିଯିବା ପାଇଁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାର ଗଳା ଚିପି ହତ୍ୟା କରିବା ପରେ ହୋଟେଲରୁ ସେ ଫେରାର ହୋଇଯାଇଥିଲା ।