Advertisment

Man Rapes Stepdaughter: ଝିଅକୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା, ସବୁ ଜାଣି ଚୁପ୍ ଥିଲା ମାଆ

ପୋକ୍ସୋ ଆଇନ ଅନୁଯାୟୀ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ବାପାକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ମାଆ ଅପରାଧକୁ ନ ରୋକିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ।

author-image
Chinmayee Sahoo
Rape

Rape

ବାପା ସମ୍ପର୍କରେ କଳଙ୍କର ଛିଟା। ମୁଖ୍ୟତଃ ବାପାଙ୍କ ପାଖରେ ଝିଅଟି ନିଜକୁ ସବୁଠୁ ସୁରକ୍ଷିତ ଭାବୁଥିବା ବେଳେ ଏଠି କିନ୍ତୁ ଓଲଟା। ଝିଅ ଉପରେ ଖରାପ ନଜର ପକାଇଥିଲା ବାପା। ଝିଅକୁ ଥରେ କି ଦୁଇ ଥର ନୁହେଁ. ବରଂ ବର୍ଷ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରି ଚାଲିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଝିଅର ମାଆ ଏହି ଅପରାଧ ବିଷୟରେ ଜାଣିଥିଲେ ମଧ୍ୟ ସେ ଚୁପ୍ ରହୁଥିଲେ। ସେ ଅଭିଯୁକ୍ତକୁ ଏହରି କୁକର୍ମ କରିବା ପାଇଁ ଅଟକାଊନଥିଲେ।

Advertisment

ବୁଧବାର ଦିନ ମଣିପୁରର ଏକ ଫାଷ୍ଟ-ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପୋକ୍ସୋ ଆଇନ ଅନୁଯାୟୀ ଏକ ଶିଶୁ ଯୌନ ନିର୍ଯାତନା ମାମଲାରେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ବିଚାରପତି ଆରକେ ମେମଚା ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ କୋର୍ଟ ୫୮ ବର୍ଷୀୟ ମୋଇରାଙ୍ଗଥେମ୍ ଇବୋଚୌ ସିଂହଙ୍କୁ ତାଙ୍କ ନାବାଳିକା ସାବତ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋକ୍ସୋ ଆଇନ, ୨୦୧୨ର ଧାରା ୧୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଉଲ୍ଲେଖ କରିଛନ୍ତି ଯେ ନାବାଳିକା ସାବତ ଝିଅର ଇବୋଚୌ ସିଂହ ବିଶ୍ୱସ୍ତ ଥିଲେ ମଧ୍ୟ ସେ ବାରମ୍ବାର ଝିଅକୁ ଯୌନ ନିର୍ଯାତନା ଦେଇଥିଲେ।

Advertisment

ପୀଡିତାଙ୍କ ମାଆ ମୋଇରାଙ୍ଗଥେମ୍ (ଓଙ୍ଗବି) ଆଙ୍ଗୋଲେଇମାଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କ ସ୍ୱାମୀଙ୍କ ଦ୍ୱାରା ଝିଅକୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ଜାଣିବା ସତ୍ତ୍ୱେ ସେ ଚୁପ୍ ରହିଥିଲେ। ପୋକ୍ସୋ ଆଇନ, ୨୦୧୨ ର ଧାରା ୨୧ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତଥାପି, କୋର୍ଟ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ହାୱାଇବାମ ମାଙ୍ଗଲେମଜାଓ ସିଂହ (୫୧) ଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି।

୨୦୧୯ ଅଗଷ୍ଟ ମାସରେ ଏହି ମାମଲାକୁ ନେଇ ଏକ ଏଫଆଇଆର ରୁଜୁ ହୋଇଥିଲା, ଯେଉଁଥିରେ ନାବାଳିକା ପୀଡିତା ତାଙ୍କ ମାଆଙ୍କ ଜାଣିବା ଅବସ୍ଥାରେ ତାଙ୍କ ସାବତ ବାପାଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ।

ତଦନ୍ତରୁ ଜଣାପଡିଛି ଯେ ଇବୋଚୌ ବର୍ଷ ବର୍ଷ ଧରି ସାବତ ଝିଅକୁ ଦୁଷ୍କର୍ମ କରି ଚାଲିଥିଲା। ପୀଡିତାଙ୍କ ପ୍ରତିରୋଧ ସତ୍ତ୍ୱେ ଇବୋଚୌ ସିଂହ ନିର୍ଯାତନା ଜାରି ରଖିଥିଲେ। ସାକ୍ଷୀଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ ଏବଂ ଅଦାଲତ ଅଧୀନରେ ପୀଡିତାଙ୍କ ବୟାନ ଯାଞ୍ଚ କରିବା ପରେ ଇବୋଚୌ ସିଂହ ଏବଂ ଆଙ୍ଗୋଲେଇମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଅଧିକ ପଢ଼ନ୍ତୁ: ପ୍ରେମିକା ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ହତ୍ୟା କଲା ପ୍ରେମିକ

Two Arrested Man Rapes Daughter Sexually Assaulted
Advertisment
Advertisment