Advertisment

ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଅଭିଯୁକ୍ତ ଅନ୍ୟ ଚାରିଜଣଙ୍କ ସହ ରାତି ପ୍ରାୟ ଗୋଟାଏ ବେଳେ ବାରରେ ପହଞ୍ଚିଥିଲେ ଏବଂ ବାର୍ କର୍ମଚାରୀଙ୍କୁ ମଦ ଦେବାକୁ କହିଥିଲେ। ରାତି ଅନେକ ହୋଇଯାଇଥିବା ବେଳେ ବାର୍‌ କର୍ମଚାରୀ ମଦ ଦେବାପାଇଁ ମନା କରିଥିଲେ।

ଅଦ୍ୟତନ ହୋଇଛି
Ranchi Bar Firing Death News

Shot DJ Dead

Advertisment

ମଦ ପାଇଁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ମଦ ନିଶା ମଣିଷକୁ ଏମିତି କବଳିତ କରିଦିଏ ଯେ ସେ ନିଜ ହିତାହିତ ଜ୍ଞାନ ଭୁଲି ଯାଏ। ତେବେ ମଦ ପାଇଁ ଯାଇଛି ଜଣେ DJ (ଡିସ୍କ ଜକି)ଙ୍କର ଜୀବନ। ମଦ ଦେବାକୁ ମନା କରିବାରୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

ଗତକାଲି ବିଳମ୍ୱିତ ରାତିରେ ଝାରଖଣ୍ଡ ରାଞ୍ଚିର ଏକ ବାର୍‌ରେ ଏହି ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି DJ (ଡିସ୍କ ଜକି)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କେବଳ ହାପ୍‌ ପ୍ୟାଣ୍ଟ ପିନ୍ଧି ଏକ୍ସଟ୍ରିମ ବାରରେ ପ୍ରବେଶ କରୁଥିବା ସୁଟରର ଫୁଟେଜ୍‌କୁ ସିସିଟିଭି କଏଦ କରିଛି। ସେ ନିଜ ଟି-ସାର୍ଟରେ ମୁହଁ ଘୋଡାଇ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ପୁଣେ ହିଟ୍ ଆଣ୍ଡ ରନ୍ ମାମଲା: ରକ୍ତ ନମୂନା ହେରଫେର କରିଥିଲେ ଡାକ୍ତର

Advertisment

ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ ସିହ୍ନାଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଅନ୍ୟ ଚାରିଜଣଙ୍କ ସହ ରାତି ପ୍ରାୟ ଗୋଟାଏ ବେଳେ ବାରରେ ପହଞ୍ଚିଥିଲେ ଏବଂ ବାର କର୍ମଚାରୀଙ୍କୁ ମଦ ଦେବାକୁ କହିଥିଲେ। ରାତି ଅନେକ ହୋଇଯାଇଥିବା ବେଳେ ବାର୍‌ କର୍ମଚାରୀ ମଦ ଦେବାପାଇଁ ମନା କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଓ ବାର କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ରାଇଫଲ୍‌ ଆଣି ଡିଜେକୁ ଛାତିରେ ଗୁଳି ଚଳାଇଥିଲା।

ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଗୁରୁତର ଅବସ୍ଥାରେ DJ (ଡିସ୍କ ଜକି)ଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS) ରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଜି ସକାଳେ ରାଞ୍ଚି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ତଥା ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ବାର୍ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Advertisment

ଅଧିକ ପଢ଼ନ୍ତୁ: ମହିଳା ସ୍ୱରରେ କଲ୍‌ କରି ୭ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Firing Shot Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ