Advertisment

ମହିଳା ସ୍ୱରରେ କଲ୍‌ କରି ୭ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍‌ରେ ନେଇ ଦୁଷ୍କର୍ମ କରୁଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Scholarship

Scholarship

ମଧ୍ୟପ୍ରଦେଶରେ ଲଜ୍ଜା। ମହିଳା ଶିକ୍ଷକର ପରିଚୟ ଦେଇ ଜଣେ ଯୁବକ ୭ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମସ୍ତ ଛାତ୍ରୀ ଆଦିବାସୀ ବର୍ଗର ହୋଇଥିବା ଜଣାପଡିଛି। ଏଯାଏ ୪ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ରିମାଣ୍ଡରେ ନେଇ ସତ ଉଗାରିଛି।

Advertisment

ପୋଲିସ ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ଏହି ଦୁଷ୍କର୍ମ ଘଟିଛି। ୭ଜଣ ଆଦିବାସୀ ଝିଅ ଦୁଷ୍କର୍ମର ଶିକାର ହୋଇଛନ୍ତି। ପ୍ରକୃତରେ ଜଣେ ବ୍ୟକ୍ତି ଭଏସ ଚେଞ୍ଜିଂ ଆପ୍‌ର ବ୍ୟବହାର କରି ମହିଳାଙ୍କ ସ୍ୱରରେ କଥାବାର୍ତ୍ତା କରୁଥିଲେ। ସେ ଏହି ଛାତ୍ରୀମାନଙ୍କୁ କଲ୍‌ କରି ମହିଳା କଲେଜ୍ ଶିକ୍ଷୟିତ୍ରୀର ପରିଚୟ ଦେଇ କଥା ହୋଇଥିଲେ। ଏହାପରେ ଛାତ୍ରବୃତ୍ତି ଆସିଥିବା କହି ସେମାନଙ୍କୁ ଦେଖା କରିବା ପାଇଁ ଡାକିଥିଲେ। ମହିଳା ଶିକ୍ଷୟିତ୍ରୀ ଭାବି ସେମାନେ ଦେଖା କରିବା ପାଇଁ ରାଜି ହୋଇଯାଇଥିଲେ। ପରେ ଏହାର ଫାଇଦା ନେଇ ଅଭିଯୁକ୍ତ ସେମାନଙ୍କୁ ଦୁଷ୍କର୍ମ କରିଥିଲା।

ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍‌ରେ ନେଇ ଦୁଷ୍କର୍ମ କରୁଥିଲା। ତେବେ ଅଭିଯୁକ୍ତ କୌଣସି କାମ ଧନ୍ଦା କରେନି। ସେ କେବଳ ଆଦିବାସୀ ଛାତ୍ରୀହ୍କୁ ଦୁଷ୍କର୍ମ କରିଥିବା ଜଣାପଡିଛି।

Advertisment

ସିଦ୍ଧି ଏସପିଙ୍କ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବ୍ରଜେସ୍ ପ୍ରଜାପତିକୁ ଗିରଫ କରାଯାଇଛି। ପଚାରାଉଚରା ବେଳେ ସେ ୭ଜଣଙ୍କୁ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲା। ତେବେ ଏଯାଏ ଅଧିକ ରିପୋର୍ଟ କରାଯାଇନାହିଁ। ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଅଛି। ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ଜାନୁଆରୀରୁ ଏହି ମାସ ମଧ୍ୟରେ ଘଟିଛି। କେହି ଏହି ଘଟଣା ବିଷୟରେ ଅଭିଯୋଗ କରିନାହାନ୍ତି। ୫-୬ଦିନ ତଳେ ଜଣେ ପୀଡିତା ଆସି ଏନେଇ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଶୁକ୍ରବାର ପ୍ରଥମ ରିମାଣ୍ଡ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ୩ଦିନିଆ ରିମାଣ୍ଡରେ ନେଇଛି ପୋଲିସ।

Scholarships
Advertisment
Advertisment