/odishatv-khabar/media/post_attachments/uploadimage/library/16_9/16_9_0/Red_Fort_1757151678.jpg)
Red Fort
ଦିଲ୍ଲୀର ଲାଲକିଲ୍ଲା ପରିସର ଆଗରେ ଆୟୋଜିତ ଧାର୍ମିକ ଉତ୍ସବରୁ ଏକ କୋଟି ଟଙ୍କାର ସୁନା କଳସ ଚୋରି ହୋଇଛି, CCTVରେ ସନ୍ଦିଗ୍ଧ ବ୍ୟକ୍ତି ‘କଏଦ’ ହୋଇଛନ୍ତି। ଜୈନ ସମୁଦାୟର ଏକ ଧାର୍ମିକ ଉତ୍ସବରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ଏକ ସୁନା କଳସ ଚୋରି ହୋଇଛି। ଏହି କଳସ ପ୍ରାୟ ୭୬୦ ଗ୍ରାମ ସୁନାରେ ତିଆରି ହୋଇଥିଲା ଏବଂ ଏଥିରେ ପ୍ରାୟ ୧୫୦ ଗ୍ରାମ ହୀରା, ମାଣିକ ଓ ରତ୍ନ ଖଚିତ ହୋଇଥିଲା।
ବ୍ୟବସାୟୀ ସୁଧୀର ଜୈନ ପ୍ରତିଦିନ ଏହି କଳସକୁ ଧାର୍ମିକ ଅନୁଷ୍ଠାନ ପାଇଁ ଆଣୁଥିଲେ, କିନ୍ତୁ ୩ ସେପ୍ଟେମ୍ବର ସକାଳେ ସ୍ୱାଗତ ଭିଡ଼ ମଧ୍ୟରେ ଏହା ମଞ୍ଚରୁ ଗାଏବ ହୋଇଯାଇଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ଏବଂ ଶୀଘ୍ର ଗିରଫ ହେବାର ଆଶା ରଖିଛି। ଏହି ଉତ୍ସବ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
ଏ ସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି ଯେ, ୩ ସେପ୍ଟେମ୍ବରରେ ପିଏସ କୋତୱାଲିରେ ଏକ ପିସିଆର କଲ ଆସିଥିଲା। ଉକ୍ତ କଲରେ ଲାଲକିଲ୍ଲା ନିକଟସ୍ଥ ୧୫ ଅଗଷ୍ଟ ପାର୍କରେ ଚାଲିଥିବା ଜୈନ ସମାଜର ପୂଜା ଉତ୍ସବରୁ ପୂଜାରେ ବ୍ୟବହୃତ ସୁନା ଜିନିଷର ଚୋରି ସମ୍ପର୍କରେ ଅଭିଯୋଗ ହୋଇଥିଲା। ତଦନ୍ତ କରିବାରୁ ଜଣାପଡ଼ିଲା ଯେ ଚାଲିଥିବା ପୂଜା ଉତ୍ସବର ମଞ୍ଚରୁ ଏକ କିଲୋଗ୍ରାମ ଓଜନର ସୁନା ପୂଜା କଳସ ଚୋରି ହୋଇଛି। ମାମଲାର ତଦନ୍ତ ଚାଲିଛି। ଶୀଘ୍ର ଚୋରକୁ ଧରାଯିବ ବୋଲି ଆଶା କରାଯାଉଛି।
ସୂତ୍ରରୁ ଜଣାପଡ଼ିଛି ଯେ, ଦିଲ୍ଲୀ ପୋଲିସ ଏ ସମ୍ପର୍କରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ ଦାବି କରିଛି ଯେ, ସମ୍ଭବତଃ ଏହି ବ୍ୟକ୍ତି ପୂର୍ବରୁ ମଧ୍ୟ ମନ୍ଦିରଗୁଡ଼ିକରେ ଚୋରି କରିଛି। ଦିଲ୍ଲୀର ପୋଶ ଅଞ୍ଚଳରେ ଚୋରି ଘଟଣା ଏହା କୌଣସି ନୂଆ ବା ପ୍ରଥମ ନୁହେଁ। ନିକଟରେ ଜଣେ ସାଂସଦଙ୍କ ଗଳାରୁ ସୁନା ଚେନ ଛିନତାଇ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)