• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝିଅଙ୍କୁ କମେଣ୍ଟ ମାରିଲେ ବୋଲି ଅଧା ଲଣ୍ଡା କରି ବୁଲାଇଲେ ଗାଁ ଲୋକ । ପ୍ରଥମେ ଯୁବକଙ୍କୁ ଧରି ଆଣି ଗାଁ ପଡ଼ିଆରେ ନିସ୍ତୁକ ପିଟିଲେ । ତାପରେ ଅଧା ଲଣ୍ଡା କରି ଗାଁ ସାରା ବୁଲାଇଲେ । ଆଉ ଦିନେ ଝିଅଙ୍କୁ କମେଣ୍ଟ ମାରିବାକୁ ସାହସ କରିବୁନି କହି, ପୋଲିସର ଜିମା ଦେଲେ । 

ତେବେ ଏଭଳି ଏକ ତାଲିବାନୀ କାଣ୍ଡ ଦେଖିବାକୁ ମିଳିଛି ତାଳଚେର ଅଞ୍ଚଳରେ । ମୁଣ୍ଡା ହଟିଙ୍ଗର ତିନି ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ କଲେଜ ଯାଉଥିବା ଝିଅଙ୍କୁ କମେଣ୍ଟ ମାରିବା ସହ ତାଙ୍କୁ ଅଶ୍ଲିଳ ଇଙ୍ଗିତ କରିଥିଲେ । ଏହି ଘଟଣା ପରେ ଯୁବତୀମାନେ ଏନେଇ ନିଜ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ଶୁଣିବା ପରେ ଯୁବତୀଙ୍କ ପରିବାର ଲୋକ ଓ କିଛି ଗାଁ ଲୋକ ମିଶି ଉକ୍ତ ଯୁବକମାନଙ୍କୁ ଖୋଜିଥିଲେ । ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ ଗାଁଲୋକଙ୍କ ହାତରେ ଧରାପଡ଼ିଯାଇଥିଲା ।

ଏହାପରେ ଉକ୍ତ ଯୁବକକୁ ଗାଁଲୋକେ ଗାଁ ପଡ଼ିଆକୁ ନେଇ ନିର୍ଧୁମ ପିଟିଥିଲେ । ସେଠାରେ ତାକୁ ଅଧା ଲଣ୍ଡା କରି ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଲେ । ଗାଁ ସାରା ବୁଲେଇବା ପରେ ସଂପୃକ୍ତ ଯୁବକକୁ ଥାନାରେ ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ଥାନା ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ପାଇଛନ୍ତି କିନ୍ତୁ ଏନେଇ କାହା ପକ୍ଷରୁ ମଧ୍ୟ ଏତଲା ଦିଆଯାଇନଥିବା କହିଛନ୍ତି । ଖବର ଅନୁସାରେ ଆଜି ତାଳଚେର ବ୍ଲକ ଅନ୍ତର୍ଗତ ବାଲୁଙ୍ଗା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି l

ତେବେ ଏଠାରେ ଆମେ କହି ରଖୁଛୁ ଯେ, ଆଇନକୁ ହାତକୁ ନେବା ଦଣ୍ଡନୀୟ ଅପରାଧ । ସଚେତନତା ପାଇଁ ଏହି ଖବର ପ୍ରସାରଣ କରାଯାଇଛି ।

(ରିପୋର୍ଟ- ମନିଲ୍ ମହାରଣା, ତାଳଚେର)