/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688797556.jpg)
Man kills wife
ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହ କାରଣରୁ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ସାମାନ୍ୟ ବଚସାକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ମୃତ ମହିଳାଙ୍କ ନାଁ କନକ ପ୍ରଧାନ ବୋଲି ଜଣାପଡ଼ିଛି ।
ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ଜହ୍ନ।ପଙ୍କ ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ସ୍ତ୍ରୀ କନକ ପ୍ରଧାନ ସହିତ କୌଣସି ଏକ କଥାକୁ ନେଇ ବଚସା କରିଥିଲେ । ପରେ ପରେ ଉଭୟଙ୍କ ବଚସା ଚରମ ସୀମାରେ ପହଞ୍ଚିଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଘରେ ଥିବା ଏକ କୋଦାଳ ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସ୍ଵାମୀ ଜଣକ ନିଜ ଘରୁ ଫେରାର ମାରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବାକୁ ଖୋଜୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)