• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

 ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା । ଉଭୟ ମୃତକ ସ୍ୱାମୀ-ସ୍ତ୍ରୀ ଘାସି ତଅଲା ଓ କୁନ୍ତୀ ତଅଲା ବୋଲି ଜଣାପଡିଛି ।

ଦମ୍ପତ୍ତିଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ମଦ ନିଶାରେ ଘାସି ପତ୍ନୀ କୁନ୍ତୀଙ୍କୁ ପିଟିପିଟି ମାରିଦେଇଛନ୍ତି । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଯାହା ପରେ ପୋଲିସ୍‌ ଆସି ଛାନ୍‌ଭିନ୍ନ କରିଥିଲା । ପ୍ରାଥମିକ ଅବସ୍ଥାରେ ଘାସିର ପତ୍ତା ମିଳୁ ନଥିଲା ହେଲେ ପରେ ଘର ବାଡ଼ିପଟେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ତେବେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିବା ପରେ ଘାସି ବିଷ ପିଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ପୋଲିସ୍ ଉଭୟଙ୍କ ଶବକୁ ଜବତ୍ କରି ଘଟଣାର ତଦନ୍ତ କରୁଛି ।