Advertisment

କରଜ ଶୁଝି ନପାରି ସ୍ତ୍ରୀ ଓ ୨ ପୁଅଙ୍କୁ ମାରିଦେଲେ, ନିଜେ ମରିବାକୁ ଚେଷ୍ଟା କରି ବଞ୍ଚିଗଲେ...

ଧାରକରଜ ବଢୁଥିଲା, ଏପଟେ କୋଭିଡ୍ ପରେ ରୋଜଗାର ବି କମି କମି ଚାଲିଥିଲା। କରଜ ଶୁଝି ନପାରି ସ୍ତ୍ରୀ ଓ ୨ ପୁଅଙ୍କୁ ଜଣେ ବ୍ୟକ୍ତି ମାରିଦେଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Kills Wife And 2 Kids In Delhi

Man kills wife and 2 kids in Delhi

ଧାରକରଜ ବଢୁଥିଲା, ଏପଟେ କୋଭିଡ୍ ପରେ ରୋଜଗାର ବି କମି କମି ଚାଲିଥିଲା। ୟା ଭିତରେ ପୁଣି ପରିବାରର ବୋଝ ଆଉ ଋଣ ଶୁଝିବାର ଚିନ୍ତା। ଏସବୁ ଭିତରେ ଘାଣ୍ଟି ହୋଇ ଜଣେ ଯୁବକ ପୂରା ପରିବାରକୁ ହତ୍ୟା କରିଛନ୍ତି।

Advertisment

ରାଜେଶ। ବୟସ ପାଖାପାଖି ୩୮ ହେବ। କୋଭିଡ ଆଗରୁ ଏକ କଂପାନୀ ପରିଚାଳନା କରୁଥିବା ବେଳେ କେତେକ କର୍ମଚାରୀଙ୍କ ଠକେଇ ଯୋଗୁ ପ୍ରବଳ କ୍ଷତି ସହିଲେ। କ୍ଷତିର ପରିମାଣ ବଢୁଥିବା ରାଜେଶ ଏହି କଂପାନୀ ବନ୍ଦ କରିଦେଇ ଏକ ଜେନେରାଲ ଷ୍ଟୋର୍ ଆରମ୍ଭ କରିଥିଲେ। ପୂର୍ବରୁ ଧାରକରଜ ଥିବାରୁ ଏହି ଷ୍ଟୋର୍ ମଧ୍ୟ ବିଶେଷ ଲାଭ ଦେଲା ନାହିଁ।

ଅଧିକ ପଢ଼ନ୍ତୁ: ପ୍ରେମିକ ମାୟାରେ ମତୁଆଲା ମା’, ପୁଅକୁ ମାରି ଫେରାର୍

ରାଜେଶ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ଭଡ଼ାଘର ନେଇ ରହୁଥିଲେ। ରାଜେଶଙ୍କ ପରିବାର କହିଲେ ସେ, ତାଙ୍କ ପତ୍ନୀ ଓ ଦୁଇ ପୁଅ। ଜଣଙ୍କର ବୟସ ୫ ବର୍ଷ, ଆଉ ଜଣଙ୍କର ମାତ୍ର ୪ ମାସ। ରାଜେଶଙ୍କ ପାଖରେ ତାଙ୍କ ବୃଦ୍ଧ ପିତାମାତା ମଧ୍ୟ ରହୁଥିଲେ।

Advertisment

ଦୀର୍ଘ ଦିନ ହେଲା ଆର୍ଥିକ ସମସ୍ୟା ଲାଗି ରହିବାରୁ ହଠାତ୍ ଦିନେ ରାଜେଶ ନିଜ ପତ୍ନୀଙ୍କୁ ଏକ ଧାରୁଆ ଛୁରୀରେ ହତ୍ୟା କରିବା ପରେ ଦୁଇ ପୁଅଙ୍କୁ ମଧ୍ୟ ମାରି ଦେଇଥିଲେ। ଏସବୁ ଦୃଶ୍ୟ ଦେଖିବା ସେ ନିଜେ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବଂଚି  ଯାଇଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। 

ପାଖ ରୁମ୍‌ରେ ରାଜେଶଙ୍କ ବାପା ମା’ ଶୋଇଥିଲେ ମଧ୍ୟ ସେମାନେ ଏଭଳି ଅଘଟଣ ସଂପର୍କରେ ଟିକେ ବି ସୁରାକ ପାଇ ନାହାନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ସକାଳୁ କେହି କବାଟ ନଖୋଲିବାରୁ ବାପା, ମା’ ପଡ଼ୋଶୀଙ୍କୁ ଜଣାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ପଡ଼ୋଶୀଙ୍କ କହିବା କଥା, ତାଙ୍କର ନିକଟରେ ପୁଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସିବାସିରେ ଥିଲେ। ତେବେ ହଠାତ୍ ଏଭଳି କାଣ୍ଡକୁ ଜମା ବିଶ୍ୱାସ କରିହେଉନାହିଁ।     

Murder Murder Case
Advertisment
Advertisment