/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704966269.jpg)
Man kills self
ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଫଳରେ ଗୋଟିଏ ପରିବାରରୁ ଏକା ଦିନେ ଲିଭିଯାଇଛି ଦୁଇଟି ଜୀବନଦୀପ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବାଲିଆପଦର ଗାଁରେ । ମୃତକ ହେଲେ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ପରଜା I
ସୂଚନା ଅନୁଯାୟୀ, ଜିନୁ ନିଜ ତିନି ପୁଅ ଓ ସ୍ତ୍ରୀକୁ ନେଇ ପରିବାର ସହ ବେଶ ଖୁସିରେ ରହୁଥିଲେ । ଗତକାଲି କୌଣସି କଥାକୁ ନେଇ ରୁକ୍ମଣୀଙ୍କ ସହ ଜିନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ ସ୍ତ୍ରୀ I କିଛି ସମୟ ପରେ କବାଟ ନ ଖୋଲିବାରୁ ପରିବାର ଲୋକେ ଆସି କବାଟ ତାଡି ଦେଖିବାବେଳକୁ ସେ ଏକ ଗାମୁଛା ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ତଳକୁ ଓହ୍ଲାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ସ୍ୱାମୀଙ୍କୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)