/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710411699.jpg)
bulandshahr-double-murder
ମଦ ନିଶାରେ ସାଙ୍ଗକୁ ଗୁଳି କରିଦେଲା ସାଙ୍ଗ। ପରେ ମୃତକଙ୍କ ପରିବାର ଲୋକ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।ଏଥିସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଉତ୍ତରପ୍ରଦେଶର ବୁଲନ୍ଦସହରରେ ଡବଲ ମର୍ଡର। ବୁଲନ୍ଦସହରର କୋତାୱାଲି ଦିୱାଇ ଅଞ୍ଚଳର ଚିରୌରୀ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ରାତିରେ ଦୁଇଜଣ ସାଙ୍ଗ ବିନୋଦ ଏବଂ ନେମପାଲ ଚିରୌରୀ ଗାଁରେ ମଦ୍ୟପାନ କରୁଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ବିନୋଦ ନେମପାଲଙ୍କୁ ଗୁଳି କରି ହତ୍ୟା କରିଥିଲା।
ଗୁଳିର ଶବ୍ଦ ଶୁଣି ସେଠାକୁ ଲୋକମାନେ ଧାଇଁ ଆସିଥିଲେ। ଘଟଣାସ୍ଥଳରେ ନେମପାଲଙ୍କ ପରିବାର ଲୋକ ପହଞ୍ଚି ବିନୋଦଙ୍କୁ କାବୁ କରିବା ସହ ନିର୍ଧୂମ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ବିନୋଦକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡବଲ ମର୍ଡର ହୋଇଥିବା ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ଗୁଳିମାଡ଼ରେ ନେମପାଲ ସିଂ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନେମପାଲଙ୍କ ପରିବାର ଲୋକ ଗୁଳି କରିଥିବା ଅଭିଯୁକ୍ତ ବିନୋଦକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।କୁହାଯାଉଛି ଯେ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ତାଙ୍କ ପରିବାର ସଦସ୍ୟ ବିନୋଦଙ୍କୁ ପିଟିପିଟି ହତ୍ୟା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)