Advertisment

Man Kills Childhood Friend: ପ୍ରେମରେ ସାଜିଲା କଣ୍ଟା, ମାରିଦେଲା ସାଙ୍ଗ...ଲୋମଟାଙ୍କୁରା ଘଟଣାର ପର୍ଦ୍ଦାଫାସ୍

୨ବର୍ଷ ତଳେ ଜଣେ ଯୁବତୀ ସହ ସତ୍ୟର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଝିଅ ଘର ଲୋକଙ୍କ ଆଗରେ ଧରା ନପଡ଼ିବା ପାଇଁ ସତ୍ୟ, ନିଜ ବାଲ୍ୟବନ୍ଧୁ କୁଞ୍ଜର ମୋବାଇଲ୍ ରେ ପ୍ରେମିକା ସହ ଗପୁଥିଲା। ତେବେ କିଛି ଦିନ ତଳେ କୁଞ୍ଜ ମଧ୍ୟ ଉକ୍ତ ଯୁବତୀଙ୍କ ସହ ଫୋନରେ କଥା ହେଉଥିବା ଜାଣି ସତ୍ୟ ଏହାକୁ ବାରଣ କରିଥିଲା।

Man Kills Childhood Friend:

Man Kills Childhood Friend:

Advertisment

ବାରମ୍ବାର ବାରଣ ସତ୍ତ୍ବେ ପ୍ରେମିକା ସହ ଫୋନରେ କଥା ହେବାରୁ, ଅନ୍ୟ ଜଣେ ସାଙ୍ଗ ସହ ମିଶି ପିଲାଦିନର ସାଙ୍ଗକୁ ହତ୍ୟା କରିବା ଘଟଣାକୁ ନେଇ ଏବେ ସାରା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ। ଡୁମେରଚୁଆଁ ଗାଁର ଏ ଲୋମଟାଙ୍କୁରା ଘଟଣା ବଲାଙ୍ଗିର ଜିଲ୍ଲାକୁ ବି ଦୋହଲାଇ ଦେଇଛି। କଂସେଇ ସାଙ୍ଗ- ସତ୍ୟ ନାଗକୁ ବାନ୍ଧିଛି ପୋଲିସ୍। ଘଟଣାସ୍ଥଳକୁ ନେଇ କରାଇଛି ମର୍ଡର ସିନ୍ ରି-କ୍ରିଏସନ।

Advertisment

ବଲାଙ୍ଗିରର ଅତିରିକ୍ତ ଏସପି ଆଲୋକ ଜେନାଙ୍କ ସୂଚନା ଅନୁସାରେ- ହତ୍ୟାକାରୀ ସତ୍ୟ ନାଗ ଓ ମୃତ କୁଞ୍ଜ ମାଝୀ ଗୋଟିଏ ଗାଁର ଏବଂ ଉଭୟେ ପିଲା ବେଳର ସାଙ୍ଗ। ୨ବର୍ଷ ତଳେ ଜଣେ ଯୁବତୀ ସହ ସତ୍ୟର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଝିଅ ଘର ଲୋକଙ୍କ ଆଗରେ ଧରା ନପଡ଼ିବା ପାଇଁ ସତ୍ୟ, ନିଜ ବାଲ୍ୟବନ୍ଧୁ କୁଞ୍ଜର ମୋବାଇଲ୍ ରେ ପ୍ରେମିକା ସହ ଗପୁଥିଲା। ତେବେ କିଛି ଦିନ ତଳେ କୁଞ୍ଜ ମଧ୍ୟ ଉକ୍ତ ଯୁବତୀଙ୍କ ସହ ଫୋନରେ କଥା ହେଉଥିବା ଜାଣି ସତ୍ୟ ଏହାକୁ ବାରଣ କରିଥିଲା। କିନ୍ତୁ କୁଞ୍ଜ ନମାନିବାରୁ ଶେଷରେ ସବୁଦିନ ପାଇଁ ତାକୁ ଶେଷ କରିଦେବାକୁ ପ୍ଲାନ ପ୍ରସ୍ତୁତ କରିଥିଲା ସତ୍ୟ।

ଅଧିକ ପଢନ୍ତୁ: ୨ବର୍ଷ ହେବ କଥା ହେଉଥିଲେ, ପ୍ରେମିକର ଏକତରଫା ପ୍ରେମ ନେଇଗଲା ଜୀବନ

ଏଥିପାଇଁ ସେ ଆଉ ଜଣେ ସାଙ୍ଗ ଶଙ୍କର ଖରସେଲର ସହାୟତା ନେଇଥିଲା। ଗତ ୨୦ ତାରିଖ ରାତିରେ କୁଞ୍ଜକୁ ଘରୁ ଡାକି ପାଖ ଜଙ୍ଗଲକୁ ନେଇ ଯାଇଥିଲେ ସତ୍ୟ ଓ ଶଙ୍କର। ପ୍ରଥମେ କୁଞ୍ଜର ମୁଣ୍ଡକୁ ଏକ ଲୁହା ରଡ୍ ରେ ପିଟି ପିଟି ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ପାଖରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ।

Advertisment

ଏଣେ ମୃତ କୁଞ୍ଜଙ୍କ ପରିବାର ଲୋକେ ଥାନାରେ ନିଖୋଜ ଏତଲା ଦେବା ପରେ ପୋଲିସ ଖୋଜାଖୋଜି କରି ଗତ ୨୯ ତାରିଖରେ ପରିତ୍ୟକ୍ତ କୂଅରୁ ଡେଡବଡି ଉଦ୍ଧାର କରିଥିଲା ଓ ତଦନ୍ତ ଆରମ୍ଭ କରିଥିଲା। କୁଞ୍ଜର ଫୋନ୍ କଲ ଡିଟେଲସ ଯାଞ୍ଚ କରି ହତ୍ୟାକାରୀ ସତ୍ୟ ଓ ଶଙ୍କର ପାଖେ ବି ପହଞ୍ଚିଥିଲା।

କୁଞ୍ଜ- ସତ୍ୟ ଓ ଶଙ୍କର। ତିନି ସାଙ୍ଗଙ୍କ ଭିତରେ ବନ୍ଧୁତା ଓ ପରେ ପ୍ରେମକୁ ନେଇ ଘଟିଥିବା କୁ-ପରିଣତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ। ସେପଟେ ମୃତ କୁଞ୍ଜ ମାଝୀଙ୍କ ପରିବାରରେ ଅଛନ୍ତି ତାଙ୍କର ଏକମାତ୍ର ମାଆ। କୁଞ୍ଜଙ୍କ ବାପା ପିଲାବେଳୁ ଆରପାରିକୁ ଚାଲିଯାଇଥିବାବେଳେ ଏବେ ପୁଅ ବିନା କିଭଳି ବଞ୍ଚିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ମାଆ ଚୁକ୍ତି। କହିଛନ୍ତି ତାଙ୍କ ପୁଅର ହତ୍ୟାକାରୀକୁ ଫାଶି ଦିଆଯାଉ।

Advertisment

ସେପଟେ ହତ୍ୟାର ବଳିଷ୍ଠ ପ୍ରମାଣ ଯୋଗଡ଼ରେ ଲାଗିଛି କଣ୍ଟାବାଞ୍ଜି ପୋଲିସ୍। ଫୋନ୍ କଲ୍ ଡିଟେଲସରୁ ହତ୍ୟାକାରୀ ପାଖେ ପହଞ୍ଚିବା ପରେ ଏବେ ଦୁଇ ହତ୍ୟାକାରୀଙ୍କୁ ବି ଧରିଛି। ହତ୍ୟାରେ ବ୍ୟବହୃତ ଲୁହା ରଡ୍, ବନ୍ଧା ଯାଇଥିବା ବସ୍ତା ଓ କୁଞ୍ଜର ନଷ୍ଟ ହୋଇଥିବା ଫୋନକୁ ସିଜ୍ କରିଛି।

ହତ୍ୟାକାରୀଙ୍କୁ କିଭଳି କଠୋର ଦଣ୍ଡ ମିଳିବ ସେଥିପାଇଁ ସଂଗୀନ ଦଫା ଲଗାଇ ତଦନ୍ତ ଚଳାଇଥିବାବେଳେ ଦରକାର ପଡ଼ିଲେ ସତ୍ୟର ପ୍ରେମିକାକୁ ବି ପଚରାଉଚରା କରାଯିବ ବୋଲି କହିଛି।ହତ୍ୟାକାରୀ ଧରାପଡ଼ିଛି, ହତ୍ୟାର କାରଣ ବି ଜଣାପଡ଼ିଛି। ଏବେ ଦେଖିବାର କଥା ଦୋଷୀଙ୍କୁ ମିଳୁଛି କି ପ୍ରକାର କଠୋର ଦଣ୍ଡ।

ଅଧିକ ପଢନ୍ତୁ: ବାପା ପୋଲିସ୍ ଅଫିସର୍...ପୁଅ-ବୋହୂ ହତ୍ୟାକାରୀ

Murder Balangir Childhood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ