• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମିଠା ପାଇଁ ଚାଲିଗଲା ଜୀବନ । ବିବାହ ଉତ୍ସବରେ ମିଠା ନିଅଣ୍ଟ ପଡ଼ିବାରୁ ଏପରି ଘଟଣା ଘଟିଛି । ଆଗ୍ରାର ଇତ୍‌ମାଦପୁରରେ ଏକ ବିବାହ ଭୋଜିରେ ମିଠା ନିଅଣ୍ଟ ହେବାରୁ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ବୁଧବାର ରାତିରେ ମୋହଲ୍ଲା ଶେଖାନ ବାସିନ୍ଦା ଉସମାନଙ୍କ ଝିଅ ବିବାହ ଉତ୍ସବରେ ଏଭଳି ଅଘଟଣ ଘଟିଛି । ରସଗୋଲା କମ୍‌ ପଡ଼ିବାରୁ କନ୍ୟା ପକ୍ଷ ଓ ବର ପକ୍ଷ ମଧ୍ୟରେ ଝଗଡ଼ା ଲାଗିଥିଲା । ଆଉ ଦେଖୁ ଦେଖୁ ଝଗଡ଼ା ତୀବ୍ର ହେବା ସହ ଜଣେ ୨୨ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି ।

ଅଧିକ ପଢ଼ନ୍ତୁ: ତିନି ଟଙ୍କା ପାଇଁ ହତ୍ୟାକାଣ୍ଡ ! ମା’ ମୃତ, ଦୁଇ ପୁଅ ଗୁରୁତର

ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମିଠା ନଥିବା ନେଇ ପ୍ରଥମେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ମରଣାନ୍ତକ ଲଢ଼େଇରେ ପରିଣତ ହୋଇଥିଲା । ହଠାତ୍‌ ଜଣେ ବ୍ୟକ୍ତି ଛୁରୀରେ ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସନ୍ନି ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଗ୍ରାର ସରୋଜିନି ନାଇଡୁ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା ।

ଆଉ ସେଠାରେ ସନ୍ନି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତଦେହକୁ ବର୍ତ୍ତମାନ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ପୋଲିସ୍‌ । ଏହି ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ୫ ଜଣଙ୍କୁ ଇତ୍‌ମାଦପୁରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପୀଡିତାଙ୍କ ପରିବାରଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ । ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି ।