Advertisment

Detonator in Hair Dryer: ପ୍ରେମିକାର ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଡିଟୋନେଟର ଖଞ୍ଜିଥିଲା ପ୍ରେମିକ

ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।

author-image
Sonali Ojha
ଅଦ୍ୟତନ ହୋଇଛି
ହେୟାର ଡ୍ରାୟର ଭିତରେ ଡିଟୋନେଟର

ହେୟାର ଡ୍ରାୟର ଭିତରେ ଡିଟୋନେଟର

ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଏବେବି ମନରେ ଭୟ ସୃଷ୍ଟି କରେ। କର୍ଣ୍ଣାଟକରେ ଠିକ୍ ସେହିଭଳି ଏକ ଘଟଣା ଘଟିଛି। ପ୍ରେମିକାଙ୍କ ପଡୋଶୀଙ୍କୁ ରାସ୍ତାରୁ ହଟାଇବାକୁ ପ୍ରେମିକ ପାର୍ସଲ ବୋମା ପଠାଇ ହତ୍ୟା ଉଦ୍ୟମ କରିଛି। ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଗୁରୁତର ହେବା ସହ ଅଳ୍ପକେ ମୃତ୍ୟୁ ମୁହଁରୁ ବଞ୍ଚିଯାଇଛନ୍ତି। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି।

Advertisment

କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ଇଲକାଲ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଅଭିଯୁକ୍ତ ହେଲେ କୋପପାଲ ଜିଲ୍ଲା କୁର୍ତ୍ତାଗେରୀ ଗାଁର ସିଦ୍ଧପ୍ପା ଶେଲାଭାଣ୍ଟ। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସିଦ୍ଧପ୍ପା ଓ ବାସଭା ରାଜେଶ୍ୱରୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ବାସଭା ରାଜେଶ୍ୱରୀଙ୍କ ସ୍ୱାମୀ ଭାରତୀୟ ସେନାର ଜଣେ କର୍ମଚାରୀ ଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ବାସଭା ରାଜେଶ୍ୱରୀ ସିଦ୍ଧପ୍ପାଙ୍କ ସହ ସଂପର୍କରେ ଥିଲେ।

ଯେତେବେଳେ ତାଙ୍କ ପଡୋଶୀ ଶଶୀକଳା ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ସେ ବାସଭା ରାଜେଶ୍ୱରୀଙ୍କୁ ଏପରି ନକରିବାକୁ ପରାମର୍ଶ ଦେଇଥିଲେ । ଏକଥା ସିଦ୍ଧପ୍ପା ଜାଣିବାକୁ ପାଇଲେ। ଶଶୀକଳାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ସିଦ୍ଧପା ଗ୍ରାନାଇଟ୍ କମ୍ପାନୀରେ କାମ କରନ୍ତି। ତେଣୁ ବିସ୍ଫୋରକ ସାମଗ୍ରୀ କିପରି ପରିଚାଳନା କରିବେ ସେ ଉପରେ ତାଙ୍କର ‍ଜ୍ଞାନ ଥିଲା। ଏହାକୁ ବ୍ୟବହାର କରି ସେ ହେୟାର ଡ୍ରାୟରରେ ଡିଟୋନେଟର୍ ଲଗାଇଥିଲେ। ଡିଟୋନେଟର୍ ହେଉଛି ଏକ ବିସ୍ଫୋକର ସାମଗ୍ରା, ଯାହାକି ଖଣିରେ ବିସ୍ଫୋରଣ ପାଇଁ ବ୍ୟବହୃତ ହୁଏ।

Advertisment

ତେବେ ନଭେମ୍ବର ୧୬ ତାରିଖରେ ପଡୋଶୀ ଶଶୀକଳାଙ୍କ ନାଁରେ ଏକ ପାର୍ସଲ ଆସିଥିଲା। ସେତେବେଳେ ଶଶୀକଳା ନଥିବାରୁ ସେ ବାସଭା ରାଜେଶ୍ୱରୀଙ୍କୁ ପାର୍ସଲ ରିସିଭ୍ କରିବାକୁ କହଥିଲେ। ଶଶୀକଳାଙ୍କ ବଦଳରେ ବାସଭା ରାଜେଶ୍ୱରୀ ପାର୍ସଲ ଖୋଲିଥିଲେ। ଏହାପରେ ସୁଇଚ୍ ଅନ୍‌ କରିବା ପରେ ଡିଟୋନେଟର ସକ୍ରିୟ ହୋଇ ବିସ୍ଫୋରଣ ହୋଇଥିଲା। ଏଥିରେ ବାସଭା ରାଜେଶ୍ୱରୀଙ୍କ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ହାତର ଆଙ୍ଗୁଳିଗୁଡିକ କାଟିବାକୁ ପଡିଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବା ପୋଲିସ ସୂଚନା ଦେଇଛି।

ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ଇଲକାଲ ପୋଲିସ ଘଟଣାସ୍ଥଳକୁ ଯାଇ ହେୟାର ଡ୍ରାୟର ଯାଞ୍ଚ କରିଥିଲା। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ସିଦ୍ଧପ୍ପା ଏହି ପାର୍ସଲ ପଠାଇଛନ୍ତି । ଅଧିକ ଖୋଳତାଡ଼ କରିବା ପରେ ସିଦ୍ଧପ୍ପାଙ୍କ 'ମାଷ୍ଟରପ୍ଲାନ' ଜଣାପଡିଥିଲା। ଶେଲାଭାଣ୍ଟ, ଶଶୀକଳାଙ୍କୁ ହତ୍ୟା ପାଇଁ ଏହି ପାର୍ସଲ ପଠାଇଥିଲେ। ସେ ୫୦୦ ଟଙ୍କା ଦେଇ ଏକ ହେୟାର ଡ୍ରାୟର କିଣିଥିଲେ। ପରେ ଏହାକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ପଠାଇବାକୁ କହିଥିଲେ।

ବାଗାଲକୋଟ ପୋଲିସ୍ ଅଧୀକ୍ଷକ ଅମରନାଥ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଥମେ ବୈଦ୍ୟୁତିକ ତ୍ରୁଟି ଥିବା ସନ୍ଦେହ କରିଥିଲେ। ମାତ୍ର ଅଜଣା ପାର୍ସଲ କଥା ଜଣା ପଡିବା ପରେ ଖୋଳତାଳ ହୋଇଥିଲା। ଏହାପଛରେ ସିଦ୍ଧପ୍ପାଙ୍କ ହାତ ଥିବା ଜଣାପଡିଥିଲା। ଶେଷରେ ପୋଲିସ ସିଦ୍ଧପ୍ପାହ୍କୁ ଗିରଫ କରିଛି।

Karnataka Parcel Bomb Blast
Advertisment
Advertisment