Advertisment

ଡିଭୋର୍ସ ପରେ ପତ୍ନୀଙ୍କୁ ପୁଣି ଡାକିଲା ସ୍ୱାମୀ, ନଆସିବାରୁ ଦେଲା ଏମିତି ଦଣ୍ଡ...

ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
HIV

HIV

ପତ୍ନୀ ଉପରେ ଏତେ ରାଗ ! କ୍ଷମା କରିବେ ଟିକେ ଭୁଲ ହୋଇଗଲା । ପୂର୍ବତନ ପତ୍ନୀ ଉପରେ ଏତେ ରାଗ ! ଡିଭୋର୍ସ ହୋଇଯାଇଛି, ତଥାପି ସ୍ୱାମୀଙ୍କ ରାଗ ଚରମ ସୀମାରେ। ଡିଭୋର୍ସ ପରେ ବି ପତ୍ନୀକୁ ପାନେ ଦେବାକୁ ସ୍ୱମୀ ଉପାୟ ଖୋଜୁଥିଲା। ହଠାତ୍ ଦିନେ ଏମିତି କିଛି ବାହାନା କରି ପତ୍ନୀକୁ ଘରକୁ ଡାକିଲା। କିନ୍ତୁ ପତ୍ନୀ ଆଉ ଘରକୁ ଫେରିବାକୁ ମନା କରିବାରୁ ଏଚ୍‌ଆଇଭି (HIV) ସଂକ୍ରମିତ ରକ୍ତ ଦେଇଦେଲା ସ୍ୱାମୀ । ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହିଳା । ଏଭଳି ଏକ ଲଜ୍ଜାଜନକ ତଥା ସାଂଘାତିକ ଘଟଣା ଘଟିଛି ଗୁଜରାଟର ସୁରଟରେ । ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି । ପରେ ମେଡିକାଲରେ ଭତ୍ତି ହେଲେ ମହିଳା, ଏବେ ତାଙ୍କର ପରୀକ୍ଷା ନିରିକ୍ଷା ଚାଲିଛି । କିଛି ମାସ ପରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର ଆଶ୍ୱାସନା ଦେଇଛନ୍ତି ।

Advertisment

ପୋଲିସ ଉକ୍ତ ବ୍ୟକ୍ତି ବା ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତର ନାଁ ଶଙ୍କର କାମ୍ବଲେ । ପଚରାଉଚରା ବେଳେ ଶଙ୍କର କହିଛି ଯେ, ସେ ପ୍ଲାନ ମୁତାବକ ମହିଳାଙ୍କୁ ଏକ ଖାଲି ସ୍ଥାନକୁ ଡାକି ନେଇଥିଲା । ସେଠାରେ ଏକ ଇଞ୍ଜେକ୍‌ସନ ସିରିଞ୍ଜ ଦ୍ୱାରା ମହିଳାଙ୍କ ଶରୀରରେ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଭରିଥିଲା । ଆଉ ମହିଳା ଜଣଙ୍କ ଅଚେତ୍ ହୋଇପଡ଼ିଥିଲେ ।

ପରେ ପୋଲିସ ପଚାରିଥିଲା ଯେ, ଏଚ୍‌ଆଇଭି ରକ୍ତ କେଉଁଠୁ ଆସିଲା । ଶଙ୍କର କାମ୍ବଲେର କହିବା ମୁତାବକ ସେ ଏକ ମେଡିକାଲର ଏଚ୍‌ଆଇଭି ୱାର୍ଡକୁ ଯାଇ ଜଣେ ସଂକ୍ରମିତଙ୍କଠାରୁ ରକ୍ତ ପରୀକ୍ଷା ନାଁରେ ନମୁନା ସଂଗ୍ରହ କରିଥିଲା । ସେହି ରକ୍ତକୁ ସେ ମହିଳାଙ୍କ ଶରୀରରେ ଇଞ୍ଜେକ୍ଟ କରିଥିଲା ।

Advertisment

ଅଧିକ ପଢ଼ନ୍ତୁ: ହୋଟେଲରେ ରାତି କାଟିବାକୁ ମନା କରିବାରୁ ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା ପ୍ରେମିକ

ଅନ୍ୟପଟେ ମହିଳାଙ୍କ କହିବାନୁଯାୟୀ, ଶଙ୍କର କାମ୍ବଲେ ତାଙ୍କ ଚରିତ୍ର ପ୍ରତି ସବୁବେଳେ ସନ୍ଦେହ କରୁଥିଲେ । ଆଉ ସେଥିପାଇଁ ନାନା ନିର୍ଯାତନା ବି ଦେଉଥିଲେ । ଗତ ଦୁଇ ମାସ ହେବ ସେମାନଙ୍କର ଡିଭୋର୍ସ ହୋଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

HIV
Advertisment
Advertisment