• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୟଙ୍କର ଘଟଣା । ଛାତି ଥରା ଦୃଶ୍ୟ  । ଅମାନବୀୟ କାଣ୍ତ ।  ଭିଡ଼ିଓ ଦେଖିଲେ ହେବେ ତାଜୁବ  । କାର୍‌କୁ ପିଟିଲା କାର୍ । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯାହାର ଦୃଶ୍ୟ ଏତେ ଭୟଙ୍କର ଯେ, ଆପଣ ବି ଭିଡ଼ିଓ ଦେଖିଲେ ହେବେ ତାଜୁବ । ଏମିତି ମର୍ମନ୍ତୁତ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

ବାସ୍ତବରେ ଭିଡିଓରେ ଦେଖାଯାଇଛି ଯେ ରାସ୍ତାରେ ଏକ ଏସ୍‌ୟୁଭି କାର ଠିଆ ହୋଇଛି ଓ ପଛରୁ ଆଉ ଏକ୍‌ କାର୍‌ ଆସି ଧକ୍କା ଦେଉଛି । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯେଉଁଥିପାଇଁ ଦୁଇ ବାଇକ୍ ଆରୋହୀଙ୍କ ସମେତ ମୋଟ ଚାରି ଜଣ ଆହତ ହୋଇଥିଲେ । ସୂଚନାଯୋଗ୍ୟ ଯେ ଯେତେବେଳେ କାର୍‌ ଧକ୍କା ହୋଇଥିଲା ସେତେବେଳେ ଅନ୍ୟ ଏକ କାର୍‌ରେ ଜଣେ ମହିଳା ଓ ଶିଶୁ ବସିଥିଲେ।

ଘଟଣା କ’ଣ ଥିଲା ? 

ସୂଚନାନୁସାରେ, କଳା ଏସ୍‌ୟୁଭି କାର୍‌ ଚଳାଉଥିବା ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡା ହୋଇଥିଲା । ତାଙ୍କ ପତ୍ନୀ ଅନ୍ୟ ଧଳା ଏସ୍‌ୟୁଭି କାର୍‌ରେ ବସିଥିଲେ । ଝଗଡା ଅତିରିକ୍ତ ହେବାରୁ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ହସ୍ତକ୍ଷେପ କରିଥିଲେ । ଏହା ପରେ ମହିଳା ତାଙ୍କ ସାଙ୍ଗରେ ପିଲାଟିକୁ ନେବାକୁ ସ୍ଥିର କରିଥିଲେ । ଏଥିରେ ରାଗିଯାଇ ପୁରୁଷ ଜଣକ ତାଙ୍କ କାର୍‌କୁ ଅନ୍ୟ ଏକ ଏସୟୁଭିରେ ଚଢାଇ ଦେଇଥିଲେ । ଯେଉଁଥିରେ ମହିଳା ଏବଂ ପିଲାମାନେ ବସିଥିଲେ। 

ଏହି ଘଟଣା ପରେ ରାସ୍ତାରେ ଠିଆ ହୋଇଥିବା ଦୁଇଜଣ ବ୍ୟକ୍ତି ଏବଂ ଜଣେ ବାଇକ୍ ଆରୋହୀଙ୍କୁ ମଧ୍ୟ କଳା ଏସୟୁଭି କାର୍‌ ଧକ୍କା ଦେଇଥିଲା । ସେମାନଙ୍କୁ ଅନେକ ମିଟର ପର୍ଯ୍ୟନ୍ତ ଟାଣି ନେଇଯାଇଥିଲା ମଧ୍ୟ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now