• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା । ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୌଲାନା ସାହିରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଘର ଭିତରେ ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ପଡ଼ି ରହିଥିବା ବେଳେ ଘରଠାରୁ କିଛି ଦୂରରେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି

ଅଧିକ ପଢ଼ନ୍ତୁ: ଗୁଗଲରେ ସର୍ଚ୍ଚ କଲେ How To Hang, ତା’ପରେ ସ୍ତ୍ରୀ ଓ ଝିଅକୁ ମାରି ଝୁଲି ପଡ଼ିଲେ

ସୂଚନା ଅନୁଯାୟୀ ଗାଁର ଭାସ୍କର ସାମଲଙ୍କର ନିଜ ସ୍ତ୍ରୀ ସସ୍ମିତାଙ୍କ ସହ ଦୀର୍ଘ ଦିନ ହେବ ମନୋମାଳିନ୍ୟ ଲାଗି ରହିଥିଲା । ଏପରିକି କିଛି ମାସ ପୂର୍ବରୁ ଝଗଡ଼ା ବଢ଼ିଯିବାରୁ ଭଦ୍ର ଲୋକଙ୍କ ସାମ୍ନାରେ ସମାଧାନ ହୋଇଥିଲା । କିନ୍ତୁ ଆଜି ସକାଳୁ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକ , ଛାତି ଓ ହାତରେ ଗଭୀର ଆଘାତ ଲାଗିଥିଲା । ସେପଟେ ସ୍ୱାମୀ ଭାସ୍କର ସାମଲଙ୍କର ମୃତଦେହ ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ପାରିବାରିକ କଳହ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ । ପରେ ଘରେ ତାଲା ପଡିଥିଲା . . . ସସ୍ମିତାଙ୍କ ବିଷୟରେ କୌଣସି ଖବର ନମିଳିବାରୁ ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ସସ୍ମିତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା । ଖବର ପାଇବା ପରେ ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Reported by:
  • Partha Sarathi nayak