Advertisment

ପଶୁଙ୍କ ପାଇଁ ଫାଶ ବସିଥିଲା, ମଣିଷ ଫସିଗଲା

ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ପଶୁଙ୍କ ପାଇଁ ଫାଶ ବସିଥିଲା, ମଣିଷ ଫସିଗଲା

wild boar Attack

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଂଗଲରେ ଅବାଧରେ ପଶୁ ଶିକାର କରୁଛନ୍ତି ଶିକାରୀ। ବିଶେଷ କରି ଇଲେକ୍ଟ୍ରି ତାର ଫାଶରେ ଲଗାଇ ବାରହା ଶିକାର କରାଯାଉଛି। ଗତ କିଛି ଦିନ ତଳେ ବାରାହା ଫାଶରେ ଲାଗି ଖର୍ଲିକାନୀ ଗାଁର ଜଣକର ମୃତ୍ୟୁ ହୋଇଥିଲା। ଆଜି ପୁଣି ଥରେ ଏଭଳି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା ସାନଟିକା ଗାଁରୁ। ବାରାହା ଫାଶରେ ପଡି ଶାଳକ ଗୁରୁତର ହୋଇଥିବା ବେଳେ ଭିଣୋଇ ନିଖୋଜ ଅଛି।

Advertisment

ଭାସ୍କର ସୁନାଙ୍କ ସାନପୁଅ ବିକାଶ ସୁନା ଏବଂ ଜ୍ୱାଇଁ ଅନ୍ତ ନାଗ ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ। କିନ୍ତୁ ସେଠାରେ ଅନ୍ତ ନାଗ ନଥିଲେ। ପରିବାର ଲୋକେ ଗୁରୁତର ବିକାଶକୁ ପ୍ରଥମେ ଲୋଇସିଂହା ଏବଂ ପରେ ବଲାଙ୍ଗିର ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି।

ଅନ୍ୟପଟେ ନିଖୋଜ ଅନ୍ତ ସଂର୍ପକରେ କିଛି ଖୋଜଖବର ଜଣାପଡିନାହିଁ । କିଏ ବାରାହା ଫାଶ ଖେଲିଥିଲା? ନିତ୍ୟା ଏବେ କେଉଁଠି? ସେ ଜୀବିତ ଅଛି ତ? ବିକାଶ ଓ ଅନ୍ତ ଜଙ୍ଗଲକୁ ଶୌଚ କରିବା ପାଇଁ ଯାଇଥିଲେ ନା ବାରାହା ଶିକାର କରିବା ପାଇଁ? ଉପଯୁକ୍ତ ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇପାରିବ। ଏ ନେଇ ପୋଲିସ ଜୋରସୋର ତଦନ୍ତ ଆରମ୍ଭ କରିଛି। 

Advertisment

ରିପୋର୍ଟ: ଘଣ୍ଟେଶ୍ୱର ମିଶ୍ର

Odisha News Govt Hospitals Crimes In Odisha Wild Boar
Advertisment
Advertisment