Advertisment

ଯୁବକଙ୍କ 420 ଦିମାଗ୍‌; ହାପ୍‌ ପ୍ୟାଣ୍ଟ ପିନ୍ଧି ଆସିଲେ, ଲୁଟିଲେ ନୂଆ ଜିନ୍ସ ଏବଂ ଟି-ସାର୍ଟ

ଯୁବକ ଜଣକ ଧରାପଡ଼ିଯିବା ପରେ ନିଜର ଭୁଲ ହୋଇଯାଇଛି ବୋଲି କହୁଛନ୍ତି । ନିଜର ଦୋଷ ମଧ୍ୟ ସ୍ୱୀକାର କରୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସବକ୍‌ ଶିଖାଇଛନ୍ତି ।

author-image
Tanmay Kumar Mahalik
Man caught stealing from cloth shop in Bhubaneswar

Man caught stealing from cloth shop in Bhubaneswar

ଧରାପଡ଼ିଲା କାରସଦୀ... ଆସିଥିଲେ ହାପ୍‌ ପ୍ୟାଣ୍ଟ ପିନ୍ଧି... ନେଉଥିଲେ ନୂଆ ଜିନ୍ସ ଏବଂ ଟି-ସାର୍ଟ । ଭାବିଥିଲେ ଦଶହରା ବଜାର ଭିଡ଼ରେ କେହି ଜାଣି ପାରିବେନି । ସେଥିଲାଗି ପୁରୁଣା ଉପରେ ନୂଆ ପ୍ୟାଣ୍ଟ୍ ପିନ୍ଧି ଖସିଯିବାକୁ ଯୋଜନା କରିଥିଲେ ।

Advertisment

ଯୁବକ ଜଣକ ଧରାପଡ଼ିଯିବା ପରେ ନିଜର ଭୁଲ ହୋଇଯାଇଛି ବୋଲି କହୁଛନ୍ତି । ନିଜର ଦୋଷ ମଧ୍ୟ ସ୍ୱୀକାର କରୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସବକ୍‌ ଶିଖାଇଛନ୍ତି । ଗୋଟିଏ ପରେ ଗୋଟିଏ ପ୍ୟାଣ୍ଟ ତା’ର ଦେହରୁ ଉତାରୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ନିଜର ଚୋରିକୁ ଯେପରି କେହି ନଜାଣିପାରିବେ ସେଥି ଲାଗି ହାପ୍‌ ପ୍ୟାଣ୍ଟ ଉପରେ ଗୋଟିଏ ଉପରେ ଆଉ ଗୋଟିଏ ଜିନ୍ସ ପିନ୍ଧିଛନ୍ତି । ସେହିପରି ପୁରୁଣା ଟି-ସାର୍ଟ କାଢି ଦୁଇଟି ଟି-ସାର୍ଟ ପିନ୍ଧିଛନ୍ତି ।

ଆଉ ଖସିବାକୁ ଉଦ୍ୟମ କରୁଥିବାବେଳେ ଯୁବକଙ୍କ ପଡ଼ିଗଲା ବେଳା ଖରାପ । ଧରାପକାଇଦେଲା ବାର୍‌କୋଡ୍‌ ଡିଟେକ୍ଟର । ବାର୍‌କୋଡ୍‌ ଡିଟେକ୍ଟରର ସାଉଣ୍ଡ ବାଜି ଉଠିବା କ୍ଷଣି ସୋ’ ରୁମ୍‌ କର୍ମଚାରୀ ସତର୍କ ହୋଇଯାଇଥିଲେ । ଆଉ ସଂପୃକ୍ତ ଯୁବକକୁ ଧରିବା ସହ ଚେଞ୍ଜିଙ୍ଗ୍‌ ରୁମ୍‌କୁ ନେଇଯାଇଥିଲେ । ଆଉ ସେଠାରେ ଯାହା ହୋଇଥିଲା ସବୁ କିଛି ଆପଣଙ୍କ ସାମ୍ନାରେ ।

Advertisment

ଯୁବକଙ୍କ ନିକଟରୁ ଦୁଇଟି ଜିନ୍ସ ପ୍ୟାଣ୍ଟ, ଟି-ସାର୍ଟ ଓ ହାପ୍‌ ପ୍ୟାଣ୍ଟ ଜବତ କରାଯାଇଛି । ପରେ ପରେ ଯୁବକ ଜଣକୁ କ୍ୟାପିଟାଲ ଥାନାକୁ ହସ୍ତାନ୍ତର କରାଯାଇଛି । ନିକଟରେ ନୟାପଲ୍ଲୀ ଥାନା ଅଧୀନରେ ଏହିପରି ଚୋରି କରାଯାଉଥିବା ଏକ ଘଟଣା ନଜକୁ ଆସିଥିଲା । ମହିଳା ରାକେଟ ଧରାପଡ଼ିଥିଲା । ସେମାନେ ଶାଢ଼ି ଭିତରେ ସାମଗ୍ରୀ ଲୁଚାଇ ନେଉଥିବା ବେଳେ ଧରିଥିଲା ସିସିଟିଭି ।

Advertisment
Advertisment