Brutal Murder: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

ମହିଳାଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ପେଟରୁ ଅନ୍ତ ବୁଜୁଳା କାଢି ମୁହଁକୁ ପଥରରେ ଛେଚା ଯାଇଥିଲା । ପଢନ୍ତୁ ପୁରା ଖବର

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ସୀମା ଟପିଲା ନୃଶଂସତା । ମହିଳାଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା । ପେଟରୁ ଅନ୍ତ ବୁଜୁଳା କାଢିନେଲେ, ଏପରିକି ପ୍ରମାଣ ନଷ୍ଟ ପାଇଁ ମୁହଁକୁ ପଥରରେ ଛେଚିଦେଲେ । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଜଣେ ମହିଳାଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର ମାମଲାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା ହୋଇଛି । ମହିଳାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି ଏବଂ ହତ୍ୟାକାରୀ ଆଉ କେହି ନୁହେଁ ମହିଳାଙ୍କ ବନ୍ଧୁ ବୋଲି ପର୍ଦ୍ଦାଫାସ କରିଛି ପୋଲିସ । 

ଅଧିକ ପଢ଼ନ୍ତୁ: ଋଣ ପାଇଁ ରକ୍ତମୁଖା ସାଜିଲା ଯୁବକ; ପ୍ରେମିକ ସହ ୫ ଜଣଙ୍କୁ ହାଣିଲା

ପୋଲିସର ସୂଚନା ଅନୁସାରେ, ଗତ ୨୧ ତାରିଖ ସନ୍ଧ୍ୟାରେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ସଂପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର ବେଳେ ଅନ୍ତ ବୁଜୁଳା ବାହାରେ ପଡ଼ିବା ସହ ମୁହଁକୁ ପଥରରେ ଛେଚି ବିକୃତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ତଦନ୍ତ ପରେ ଜଣାପଡିଲା ମୃତ ମହିଳାଙ୍କ ବନ୍ଧୁ ଅଜୁ ନାଏକ ଭିଆଇଥିଲା ଏହି ବୀଭତ୍ସ କାଣ୍ଡ । ଏହାପରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ ଆଜି ପ୍ରେସମିଟ୍ କରି ବିସ୍ତୃତ ତଥ୍ୟ ରଖିଛି । 

ଅଭିଯୁକ୍ତ ଅଜୁ ନାଏକ ମଧ୍ୟ ପୋଲିସ ଆଗରେ ନିଜର ଅପରାଧ ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ସହ ଏହି ଘଟଣାରେ ତା' ସହ ଆଉ କାହାରି ସଂପୃକ୍ତି ଅଛି ନା ନାହିଁ  ସେନେଇ ଖୋଳତାଡ଼ କରୁଛି । ଅନ୍ୟପଟେ ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଆଶଙ୍କା କରିବା ସହ ପ୍ରକୃତ ଦୋଷୀମାନଙ୍କୁ ଧରିବା ଦାବିରେ ଆଜି ଥାନା ଘେରାଉ କରିଛି SUCI ।

ଅଧିକ ପଢ଼ନ୍ତୁ: ବରକୁ ହତ୍ୟା ପାଇଁ ସୁପାରୀ, ବନ୍ଧୁକ ଓ ଖଣ୍ଡା ଜବତ କଲେ ଗାଁ ଲୋକେ