/odishatv-khabar/media/post_attachments/uploadimage/library/16_9/16_9_0/____1681463770.jpg)
Man Allegedly Beaten 5 Children For Plucking Mangoes
ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ। ଏଥିରେ ଆହତ ହୋଇ ୫ ଛୋଟ ପିଲା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ମାର୍କେଟ ସାହି ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ୍ ଅଭିଯୁକ୍ତ ସୋମନାଥ ମଳିକକୁ ଗିରଫ କରିଛି।
Advertisment
ସୂଚନା ଅନୁସାରେ, ମାର୍କେଟ ସାହି ଅଞ୍ଚଳର ୫ ଜଣ ଛୋଟ ପିଲା ଗାଁର ସୋମନାଥଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଯାଇଥିଲେ। କିନ୍ତୁ ଆମ୍ବ ତୋଳିବା ବେଳେ ପିଲାମାନେ ସୋମନାଥଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଓ ସୋମନାଥ ସେମାନଙ୍କୁ ମାଡ଼ ମାରିଥିଲେ। ଏନେଇ ପିଲାମାନେ ଘରେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ପିଲାଙ୍କ ଶରୀରରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ୍ ଅଭିଯୁକ୍ତ ସୋମନାଥଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)