• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଲେପୁର, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ପୁଣି ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ତୁରନ୍ତ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ତଦନ୍ତ ଅଧିକାରୀ ମାହାଙ୍ଗା IICଙ୍କୁ ନିର୍ଦ୍ଦେଶ ଦେଲେ JMFC କୋର୍ଟ । ତେବେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ହୋଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ । ଅଭିଯୁକ୍ତ କ୍ଷିତୀଶ ଆଚାର୍ଯ୍ୟ, ଭିକାରୀ ସ୍ୱାଇଁଙ୍କୁ ରିମାଣ୍ଡ ଆବେଦନ ଥିଲା । ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଆବେଦନ କରିଥିଲା ପୋଲିସ । ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନ ଖାରଜ କଲେ JMFC ।

ପୂର୍ବରୁ ଏହି ଘଟଣାରେ କୋର୍ଟରେ ହାଜର ହୋଇଥିଲେ IIC ନିହାର ରଞ୍ଜନ ମହାନ୍ତି । ସାଲେପୁର JMFC କୋର୍ଟରେ ହାଜର ହୋଇଥିଲେ ମାହାଙ୍ଗା ଥାନା IIC । ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଏହି କ୍ରମରେ ସେ କୋର୍ଟରେ ହାଜର ହୋଇଥିଲେ ।

ଏହାପୂର୍ବରୁ କୋର୍ଟ ତାଙ୍କୁ ଡିସେମ୍ବର ୧୦ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍ କରିଥିଲେ । ପୂର୍ବ ତାରିଖରେ ହାଜର ହୋଇ ନ ଥିବାରୁ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ନ ହେବ ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ କରିଥିଲେ ସାଲେପୁର କୋର୍ଟ । ନୋଟିସ୍‌ର ଜବାବ ଦେବା ସହ ମାମଲାର ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଥିଲେ ଅଦାଲତ ।