• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଲାଙ୍ଗିର ଯୁକ୍ତ ଦୁଇ ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ମାମଲାରେ ବୟଫ୍ରେଣ୍ଡ ମିଳନ ରଣାକୁ ଗିରଫ କରିଛି ପୋଲିସ୍ । ଯୁକ୍ତିତର୍କ ଓ ବଚସାରୁ ଶେଷାଦ୍ରୀଙ୍କୁ ମିଳନ ହତ୍ୟା କରିଥିବା ପୋଲିସ୍ କହିଛି । ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପୋଲିସ ତା’ର ତଦନ୍ତକୁ ଜୋରଦାର କରୁଛି ।

ସୂଚନା ମୁତାବକ ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ପରେ ଦୁଇଜଣଙ୍କ ମଧ୍ୟରେ ଖୁବ୍‌ ଜୋରରେ ଝଗଡ଼ା ହେବା ଫଳରେ ଶେଷାଦ୍ରୀ ମିଳନଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଚାହିଁଥିଲେ ।

ପରେ ପରେ ମିଳନ ଦେଇଥିବା ସମସ୍ତ ଜିନିଷକୁ ଶେଷାଦ୍ରୀ ଫେରାଇ ଦେବାକୁ ସ୍ଥିର କରିଥିଲେ । ସମ୍ପର୍କ ତୁଟାଇବା ପାଇଁ ମିଳନ ଦେଇଥିବା ‘ଟେଡି ବିଅର’କୁ ଶେଷାଦ୍ରୀ ସଙ୍ଗେସଙ୍ଗେ ଫେରାଇ ଦେଇଥିଲେ । ଏହାକୁ ନେଇ ଉତକ୍ଷିପ୍ତ ବୟଫ୍ରେଣ୍ଡ ଶେଷାଦ୍ରୀଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ।

ପରେ କଟୁରୀକୁ ପାଖରେ ଥିବା ପାହାଡ଼ରେ ଲୁଚାଇ ଦେଇ ଫେରାର ମାରିଥିଲା । ଅନ୍ୟ ରାଜ୍ୟକୁ ଯିବାକୁ ଯୋଜନା କରୁଥିବା ମିଳନକୁ ଧରିଛି ପୋଲିସ । କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତଦନ୍ତ ଜାରି ରଖିଛି ।

  • Reported by:
  • MANARANJAN JOSHI