Advertisment

ଭାଇ ନୁହେଁ ରାକ୍ଷସ !! ଅଶ୍ଳୀଳ ଭିଡିଓ ଦେଖି ଭଉଣୀ ସହ ଦୁଷ୍କର୍ମ ପରେ ହତ୍ୟା..

ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
 boy rapes sister after watching porn

boy rapes sister after watching porn

ରକ୍ତ ସଂପର୍କରେ କଳଙ୍କ। ଭାଇ ନିଜ ଭଉଣୀକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ରେୱାଠାର ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ନାବାଳକ ଭାଇ ନିଜର ୯ବର୍ଷର ଭଉଣୀକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମାମଲାକୁ ଚପାଇବା ଓ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ମା’ ଏବଂ ଭଉଣୀ ଅନେକ ପ୍ରମାଣ ନଷ୍ଟ କରି ଦେଇଥିବା ଜଣାପଡିଛି।

Advertisment

ପୋଲିସର ସୂଚନାନୁସାରେ, ଏପ୍ରିଲ ୨୪ରେ ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ପ୍ରାୟ ୩ ମାସ ପରେ ପୋଲିସ ଏହି ଘଟଣାର ଖୁଲାସା କରିଛି। ଶନିବାର ଦିନ ପୋଲିସ କହିଛି ଯେ ୫୦ ଜଣଙ୍କୁ ଜେରା କରିବା ସହ ଅଭିଯୁକ୍ତକୁ ଡାକି ଅନେକ ଥର ପଚରାଉଚରା କରାଯାଇଥିଲା। ପରେ ମୋବାଇଲରୁ ମିଳିଥିବା ବୈଷୟିକ ପ୍ରମାଣ ଆଧାରରେ ଏହି ଘଟଣା ଉପରୁ ପରଦା ଉଠିଛି। ଏହି ଘଟଣାରେ ଅଭିଯୁକ୍ତ ଭାଇ, ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ପୋଲିସ ଗିରଫ କରିଛି।

ଏସପି ବିବେକ ସିଂଙ୍କ ସୂଚନା ମୁତାବକ, ଏପ୍ରିଲ୍ ୨୪ ତାରିଖରେ ଜାୱା ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତ ଝିଅର ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡିତାଙ୍କ ମୃତଦେହ ତାଙ୍କ ଘର ଅଗଣାରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣାପଡିଥିଲା ​​ଯେ ଭାଇ-ଭଉଣୀ ରାତିରେ ଶୋଇଥିଲେ। ହେଲେ ସକାଳୁ ଭଉଣୀର ମୃତଦେହ ମିଳିଥିଲା।

Advertisment

ନାବାଳକ ଭାଇ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ଭଉଣୀକୁ ଦୁଷ୍କର୍ମ କରିଥିଲା। ଯେତେବେଳେ ପୀଡିତା ତାଙ୍କ ବାପାଙ୍କୁ ଏହା ଜଣାଇବାକୁ ଧମକ ଦେଇଥିଲେ, ସେତେବେଳେ ଅଭିଯୁକ୍ତ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ସେ ମା’ଙ୍କୁ ଉଠାଇ କରି ପୁରା କାହାଣୀ କହିଥିଲା । ପୀଡିତା ସେତେବେଳକୁ ଜୀବିତ ଥିଲେ। ମାତ୍ର ଏହା ଦେଖି ନାବାଳକ ପୁଣି ଥରେ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ଏସବୁ ଘଟଣା ସେମାନଙ୍କର ମା’ଙ୍କ ଆଖିସାମନାରେ ହୋଇଥିଲା।

ଏହି ସମୟରେ ତାଙ୍କର ଦୁଇ ବଡ ଭଉଣୀ ମଧ୍ୟ ସେଠାକୁ ଆସିଥିଲେ। ଘଟଣାକୁ ଅଲଗା ରୁପ ଦେବା ସହ ପ୍ରମାଣ ନଷ୍ଟ ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ କହିଥିଲେ ଯେ ବିଷାକ୍ତ କୀଟ କାମୁଡ଼ିବା କାରଣରୁ ତାଙ୍କ ଉଭଣୀର ମୃତ୍ୟୁ ହୋଇଯାଇଛି। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା।

ଏହାପରେ ପୋଲିସ ୫୦ଜଣଙ୍କ ବୟାନ ରେକର୍ଡ କରିଥିଲା। ପରିବାର ଲୋକଙ୍କୁ ବାରମ୍ୱାର ପଚରାଉଚରା ପରେ ସେମାନେ ବାରମ୍ୱାର ବୟାନ ବଦଳାଉଥିଲେ। ସନ୍ଦେହ ହେବାରୁ ପୋଲିସ ଅଧିକ ତଦନ୍ତ କରିଥିଲା ଓ ସେମାନେ ସବୁ ସତ କହିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ନାବାଳକ, ତାଙ୍କ ଦୁଇ ଭଉଣୀ ଏବଂ ମା’ଙ୍କୁ ଗିରଫ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ପୀଡିତାଙ୍କ ମା ଏବଂ ଭଉଣୀମାନେ ପୁଅ ପ୍ରେମରେ ଅନ୍ଧ ହୋଇ ଝିଅର ହତ୍ୟାକାଣ୍ଡକୁ ଚପାଇବା ପାଇଁ ଉଦ୍ୟମ କରିଥିଲେ।

Murder
Advertisment
Advertisment