• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଣିଷ ନା ପଶୁ । କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ ମଣିଷ ? ପତ୍ନୀଙ୍କ ଗର୍ଭାଶୟରେ ଛୁଆ ରହିଲାନି ବୋଲି ପତ୍ନୀଙ୍କ ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସ୍ୱାମୀ । ଏଭଳି ଏକ ନୃଶଂସ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌରେ । ଅଧିକାଂଶ ଦିନ ଏବେ ସେହି ଉତ୍ତରପ୍ରଦେଶରୁ ହିଁ ଆସୁଛି ଏଭଳି ଅମାନୁଷିକ ଖବର । 

ଲକ୍ଷ୍ନୌର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା । ବିବାହକୁ ୬ ବର୍ଷ ବିତିଯାଇଥିବା ବେଳେ ସ୍ୱାମୀ (ରବିନ୍ଦ୍ର)ଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ୱେ ପତ୍ନୀଙ୍କ ଗର୍ଭାଶୟର ରହୁନଥିଲା ଛୁଆ । ତେଣୁ ଅତି ନିଷ୍ଠୁର ଭାବେ ନିର୍ଯାତନା ଦେଉଥିଲା ସ୍ୱାମୀ । ପତ୍ନୀଙ୍କୁ ପଶୁ ଭଳି କରୁଥିଲା ଅତ୍ୟାଚାର । ପଶୁଙ୍କୁ ମାଡ଼ ମାରିବା ଭଳି ପତ୍ନୀଙ୍କୁ ମାଡ଼ ମାରୁଥିଲା ସ୍ୱାମୀ । ପରିବାରରେ ସବୁବେଳେ ଏଭଳି କଳହ ଲାଗି ରହୁଥିବାରୁ ଏବଂ ସ୍ୱାମୀଙ୍କ ଅତ୍ୟାଚାର ଅଧିକ ହେବାରୁ, ପତ୍ନୀ ଘର ଛାଡ଼ି ପଳାଇଥିଲେ । ଗତ ୮ ମାସ ହେବ ସେ ନିଜ ବାପ ଘରେ ରହି ଆସୁଛନ୍ତି । 

ଅଧିକ ପଢ଼ନ୍ତୁ: ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଭୁସି ହତ୍ୟା କଲା ଯୁବକ

ହେଲେ ଗତ ଡିସେମ୍ବର ୨୫ରେ ସ୍ୱାମୀ ପୁଣି ଥରେ ପତ୍ନୀଙ୍କ ନିକଟକୁ ଯାଇ ବୁଝା ବୁଝି କରି ଘରକୁ ଆଣିଥିଲେ । ହେଲେ କଥାରେ ଅଛି ନା ପ୍ରକୃତି ନୈବ ମୁଚ୍ୟତେ । ଠିକ୍‌ ସେମିତି ରବିନ୍ଦ୍ରଙ୍କ ପ୍ରକୃତି ପୁଣି ଥରେ ବାହାରିଥିଲା । ଆଉ ପତ୍ନୀଙ୍କୁ ଦେଇଥିଲେ ନିର୍ଯାତନା । ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହ ବ୍ଲେଡ୍‌ରେ କାଟିଦେଲେ ତାଙ୍କ ପ୍ରାଇଭେଟ୍‌ ପାର୍ଟ । 

ଏବେ ପୀଡ଼ିତା ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।