• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର ସଦରଥାନା ଦୁଆନପାଲି ଗାଁରେ ଚାଂଚଳ୍ୟ । ଜଣେ ପ୍ରେମିକାର ଘର ସମ୍ମୁଖରେ ପଡିରହିଛି ପ୍ରେମିକର ଶବ । ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଜାରି ରହିଛି ସସପେନସ । ମୃତ ଯୁବକ ଜଣକ କୁମପଥର ଗାଁର ଗାନ୍ଧି ଷାଣ୍ଡ ବୋଲି ଜଣାପଡିଛି । ଗାନ୍ଧି ଦୁଆନପାଲି ଗାଁର ଜଣେ କଲେଜ ପଢୁଆ ଝିଅକୁ ଭଲ ପାଉଥିଲେ । କିନ୍ତୁ ଏ ସଂପର୍କକୁ ନେଇ ରାଜି ନଥିଲେ ଉଭୟ ପରିବାର ଲୋକ । ଯାହା ଫଳରେ ଦୁଇ ପ୍ରେମୀ ଯୁଗଳ କିଛି ମାସ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ।

ଗତକାଲି ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା । ଗାନ୍ଧିଙ୍କ ପେଟରେ ଗଭୀର ଆଘାତ ଲାଗିଛି । ପ୍ରେମିକାଙ୍କ ଘର ଲୋକେ, ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । ଏମିତିକି ଗାନ୍ଧି ନିଜେ ନିଜକୁ ଛୁରି ଭୁଷି ଆତ୍ମହତ୍ୟା କରିଥିବା କହିଛନ୍ତି । କିନ୍ତୁ ପ୍ରେମିକଙ୍କ ଘର ଲୋକ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି । ଅଭିଯୋଗ ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ସଦର ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ପାଖ ପଡ଼ୋଶୀ ଲୋକଙ୍କୁ ପଚରାଉଚରା କରିବା ସହ ଯୁବତୀଙ୍କ ପରିବାର ଲୋକଙ୍କୁ ପଚାରାଉଚରା କରୁଛି ।