/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707733711.jpg)
Rapido rider pushes bike with customer sitting on it
ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ । ନିଷ୍ଠୁରତା ଓ ନିର୍ଦ୍ଦୟତାର ଶେଷସୀମା ଟପିଲା ମଣିଷ । ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହ ବୟାନ କରୁଛି କେତେ ନିଷ୍ଠୁର ହୋଇପାରେ ଜଣେ ମଣିଷ । ଯାହା ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଆମେ ଯେତେବେଳେ ବାଇକ୍ରେ ଗଲା ବେଳେ ଅସୁବିଧା ହୁଏ, ସେତେବେଳେ ବାଇକ୍ ଟ୍ୟାକ୍ସି ଆରୋହୀଙ୍କୁ ଖୋଜୁ । ସେମାନେ ବି ଗୋଟିଏ କଲ୍ ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଆସି ଯାଆନ୍ତି । ଆମକୁ ସେମାନେ ଠିକ୍ ସମୟରେ ଠିକ୍ ସ୍ଥାନରେ ପହଞ୍ଚାଇଥାନ୍ତି । କିନ୍ତୁ ଏବେ ଯେଉଁ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିପାରେ । କାରଣ ଜଣେ ରାପିଡୋ ବାଇକ୍ ଟ୍ୟାକ୍ସି ଆରୋହୀଙ୍କ ପେଟ୍ରୋଲ ସରିବା ପରେ ତାଙ୍କ ଗ୍ରାହକଙ୍କୁ ଗାଡ଼ିରେ ବସାଇ ଠେଲି ଠେଲି ନେବାକୁ ପଡ଼ିଥିଲା ।
#Hyderabad | A #Rapido#Rider forced to take the #customer sitting on the two wheeler after fuel ran out. The customer reportedly refused to get off the vehicle and kept sitting. @VoiceUpMedia1pic.twitter.com/kYG94Oohri
— Voiceup Media (@VoiceUpMedia1) February 12, 2024
ତେବେ ଘଟଣାଟି ହେଉଛି ହାଇଦ୍ରାବାଦ ଅଞ୍ଚଳର । ଜଣେ ରାପିଡୋ ବାଇକ୍ ଟ୍ୟାକ୍ସି ଆରୋହୀଙ୍କ ପେଟ୍ରୋଲ ସରିବା ପରେ ତାଙ୍କ ପଛରେ ବସିଥିବା ଗ୍ରାହକ ଗାଡ଼ିରୁ ଓହ୍ଲାଇବାକୁ ମନା କରିଥିଲେ । ଶେଷରେ ତାଙ୍କ ଗ୍ରାହକଙ୍କୁ ବାଇକ୍ ପଛରେ ବସାଇ ଠେଲି ଠେଲି ପାଖରେ ଥିବା ପେଟ୍ରୋଲ ପମ୍ପକୁ ନେବାକୁ ପଡ଼ିଥିଲା ।
ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଗାଡ଼ିରୁ ପେଟ୍ରୋଲ ସରିଗଲା, ସେ ବାଇକ୍ ଟ୍ୟାକ୍ସି ଆରୋହୀ ଗ୍ରାହକଙ୍କୁ ଏହି ବିଷୟରେ ଜଣାଇଥିଲେ, କିନ୍ତୁ ସେ ବାଇକ୍ରେ ବସିବାକୁ ଜିଦ୍ ଧରିଲେ, ଯେତେ କହିଲେ ବି ଗାଡ଼ିରୁ ଜମାରୁ ଓହ୍ଲାଇନଥିଲେ । ଏହା ପରେ ବାଇକ୍ ଡ୍ରାଇଭର ତାଙ୍କ ଗ୍ରାହକଙ୍କୁ ଗାଡ଼ିରେ ବସାଇ ଗାଡିଟିକୁ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଠେଲି ଠେଲି ନେବାକୁ ସ୍ଥିର କରିଥିଲେ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)