Advertisment

Lord Jagannath Land Scam: ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି

ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍‌ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

undefined

Puri

Advertisment

ପୂର୍ବରୁ ମାଟିତୋଟାରେ ଜମି ମାଫିଆ ଚଞ୍ଚକତା ଦେଖିବାକୁ ମିଳିଥିଲା। ଆଉ ଏବେ ତାଳବଣିଆରେ ଜମି କେଳେଙ୍କାରୀ ତାଜା କାହାଣୀ। ଆଇନ୍‌ ଆଖିରେ ସିଧା ଅଙ୍ଗୁଳି ଗେଞ୍ଜି ମହାପ୍ରଭୁଙ୍କ ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ସହ ପ୍ଲଟିଂ କରି ଚଳାଇଛନ୍ତି ବିକ୍ରିବଟା। ଘଟଣା ନଜରକୁ ଆସିବା ପରେ ଆକ୍ସନ ମୁଡରେ ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ କୁମ୍ଭାରପଡ଼ା ଥାନାରେ ଏତଲା ଦେବା ସହ ଏଭଳି ଖଳ ପ୍ରକୃତିର ଲୋକଙ୍କୁ ଛଡାଯିବ ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜାରେ ଜବରଦଖଲ ହୋଇଛି ଜମି। ଯାହାର ପ୍ଲଟିଂ ହୋଇଥିବା ଅଭିଯୋଗ ଉଠିଛି। ଖାତା ନମ୍ବର-୭୯୧ର ୬ଟି ପ୍ଲଟ ଯଥା ୮୨୭, ୮୨୪, ୮୨୧, ୮୨୩, ୮୨୫ ଏବଂ ୮୨୧/୧୮୧୬। ପ୍ରାୟ ୫୦ ଡିସିମିଲରୁ ଅଧିକ ଜମିକୁ ତାର ବାଡ଼ ବୁଲାଇ ଦଖଲ କରାଯାଇଛି। ପ୍ଲଟ ଭିତରେ ଥିବା ଏକ ଘର ଛାତରେ ଟିଣ ସିଟ୍‌ ମଧ୍ୟ ପଡ଼ିଛି। ଅଭିଯୋଗ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ତହସିଲଦାର ଏହାର ପ୍ରାଥମିକ ତଦନ୍ତ କରିଛନ୍ତି। ଏହାପରେ କୁମ୍ଭାରପଡ଼ା ଥାନାରେ ଏତଲା ପରେ ସମସ୍ତଙ୍କୁ ପକ୍ଷଭୁକ୍ତ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଏସ୍‌ପି ଭିନୀତ ଅଗ୍ରୱାଲ।

ଅଧିକ ପଢ଼ନ୍ତୁ: ଭାରତର ଏହି ରାଜ୍ୟକୁ ଶାସନ କରିପାରିନଥିଲା ବ୍ରିଟିଶ ସରକାର

ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍‌ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ତା’ଭିତରେ ବି ଗତ ମାସରେ ମାଟିତୋଟା ମୌଜାରେ ୧୦୯ଟି ପ୍ଲଟକୁ ଜାଲ୍ କାଗଜପତ୍ର କରି ବିକ୍ରି ଅଭିଯୋଗ ଉଠିଥିଲା। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଆଉ ଏବେ ତାଳବଣିଆ ମୌଜାରେ ଜବରଦଖଲ ଅଭିଯୋଗ।

Advertisment

ତେବେ ପ୍ଲଟକୁ ଦଖଲ କରିଥିବା ବିରଞ୍ଚି ସାମନ୍ତରାୟ କହିଛନ୍ତି, ବିକ୍ରିବଟା ନୁହେଁ, ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କେବଳ ଜାଗାକୁ ଆବଦ୍ଧ କରିଛି। ୧୯୬୩ ମସିହାରେ ନେବଳ ଦାସ ମଠଠାରୁ ଏହାକୁ ଖରିଦ୍ କରିଥିବା ଦାବି କରିଛନ୍ତି ଦଖଲକାରୀ।

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା, ସ୍ବାକ୍ଷର ହେଲା ୧୪୫ MOU

Advertisment

ଏ ନେଇ ନେବଳ ଦାସ ମଠ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଶ୍ନ ଉଠୁଛି ବିନା ସରକାରୀ ଅଧିକାରୀଙ୍କ ସଂପୃକ୍ତିରେ ଜମି ବିକ୍ରି ହୋଇପାରିବ କି ? ବିକ୍ରି ଖର୍ଦ୍ଦି ବାବଦରେ କିପରି ଜାଣିପାରିଲାନି ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ରେଭେନ୍ୟୁ ବିଭାଗ? ଏପଟେ ସହରରେ ଏଭଳି ଅନେକ ଜମି ମାମଲା ପଡ଼ିରହିଛି। ସମସ୍ତଙ୍କଠାରୁ ଅର୍ଥ ନେଇ ୟୁନିଫର୍ମ ପଲିସି ଜରିଆରେ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେବାୟତ ଦାବି କରିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଅଭିଯୋଗକାରୀମାନେ ଆବଶ୍ୟକ କାଗଜପତ୍ର ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ଦାଖଲ କରିପାରିବେ।

ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ପାଇଁ ସବୁ ରେକର୍ଡର ଆରମ୍ଭ ହୋଇଛି କଂପ୍ୟୁଟରୀକରଣ ପ୍ରକ୍ରିୟା। ସମସ୍ତ ଯାଞ୍ଚ ତଥା ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଅନଲାଇନ ହେବାକୁ ଯାଉଥିବା ଦର୍ଶାଇଛି ଶ୍ରୀମନ୍ଦିର ପ୍ରଶାସନ।

ଅଧିକ ପଢ଼ନ୍ତୁ: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ!

Puri Lord Jagannath's Land Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ