• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ମାତିଛନ୍ତି ଚୋର । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ବାରମ୍ବାର ଚୋରି ହେଉଛି । କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । ଘରେ ଶୋଇଥିବା ଲୋକଙ୍କୁ ତାଲା ପକାଇ ଭୁବନେଶ୍ୱର ପାହାଳ ଅଞ୍ଚଳରେ ଜଣକର ଘରେ କଳାକନା ବୁଲାଇଛନ୍ତି ଚୋର ।

ପାହାଳ ଥାନା ଯଇପୁର ଅଞ୍ଚଳର ଶରତ ମହାନ୍ତିଙ୍କ ଘରୁ ଗୁରୁବାର ରାତିରେ ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସମସ୍ତେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ସବୁ ଲୁଟି ନେଇଛନ୍ତି ଚୋରମାନେ । ଦିନକରେ ଭୁବନେଶ୍ୱରର ଭିନ୍ନଭିନ୍ନ ଜାଗାରୁ ଲୁଟ୍ ଘଟଣା ସାମ୍ନାକୁ ଆସିଛି ।  ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟ । ଆପାର୍ଟମେଣ୍ଟର ଗୋଟିଏ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ 
କରିଛି । ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ...ଆଉ ଶାନ୍ତିରେ ନିଦ ହେଉନି ଆପାର୍ଟମେଣ୍ଟରେ...ଜନଶୂନ୍ୟ ଫ୍ଲାଟରେ ପଶୁଛନ୍ତି ଲୁଟେରା...ସଂଘବଦ୍ଧ ହୋଇ କଳାକନା ବୁଲାଇ ହୋଇ ଯାଉଛନ୍ତି ସୀମାପାର୍ ।

ଗତକିଛିଦିନ ତଳେ କମିଶନରେଟ୍ ପୋଲିସର ତଥାକଥିତ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଗତରାତିରେ ପୁଣି ଏକ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟି । ଲୁଟ୍ ହୋଇଛି ତିନି ତିନିଟି ଫ୍ଲାଟରୁ । ରାତି ୩ଟା ୩୨ରୁ ୪ଟା ୧୨ । ୪୦ ମିନିଟ୍ ମଧ୍ୟରେ ବ୍ଲକ-ବିର ୩୦୩, ବ୍ଲକ-ସିର ୩୦୮ ଏବଂ ବ୍ଲକ-ଡିର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । 

ଆଉ ଏକ ଲୁଟ ହୋଇଥିଲା ଇନଫୋସିଟି ଥାନା ପଥରଗାଡ଼ିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରେ । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍‌ ହୋଇଥିଲା । ଉଭୟ ସ୍ଥାନରେ ସମାନ ଫଣ୍ଡା ଆପଣାଇଥିଲା ଲୁଟେରା । ତେଣୁ ଆଶଙ୍କା କରାଯାଉଛି, ସଂପୃକ୍ତ ଲୁଟେରାମାନେ ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରୁ ଚୋରି କରିଛନ୍ତି ।

ଗତ ୫ରୁ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟକୁ ଏଭଳି ଟାର୍ଗେଟ କରିସାରିଲେଣି ଲୁଟେରା । ତେବେ କେଉଁଠି ରହୁଛି ଭୁଲ ? ଆପାର୍ଟମେଣ୍ଟରେ ନିଯୁକ୍ତ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ୱହୀନତା ନା କମିଶନରେଟ୍ ପୋଲିସର ଢିଲା ଦାୟିତ୍ୱପଣିଆ ?