/odishatv-khabar/media/post_attachments/uploadimage/library/16_9/16_9_0/loot_1736921457.jpg)
loot
ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଧର୍ମଶାଳାରେ ବଡ ଧରଣର ଡ଼କାୟତି । କିଓସ୍କ ବ୍ୟାଙ୍କ୍ ମାଲିକଙ୍କୁ ଲହୁ ଲୁହାଣ କରି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଧର୍ମଶାଳାରେ ଥିବା ଲେହେଡି ଗାଁର ନୀଳାମ୍ବର ମହାପାତ୍ରଙ୍କ କିଓସ୍କ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କିଓସ୍କ ମାଲିକ ନୀଳାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅଭିଯୋଗ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସମୟରେ କିଛି ଦୁବୃର୍ତ୍ତ ନୀଳାମ୍ବରଙ୍କ କିଓସ୍କକୁ ଜୋର୍ ଜବରଦସ୍ତି ଧସେଇ ପଶିଥିଲେ। ଏହା ସହିତ ବନ୍ଧୁକ ମୁନରେ ଟଙ୍କା ଦେବାକୁ ଧମକ ଦେଇଥିଲେ। ତେବେ ନୀଳାମ୍ବର ଟଙ୍କା ନଦେବାରୁ ତାଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ପରେ କିଓସ୍କ କାଉଣ୍ଟରରେ ରହିଥିବା ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଅଧିକ ପଢନ୍ତୁ: ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର
ଏହା ସହ ଏକ ରାଉଣ୍ଡ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ। ପରେ ଡକାୟତ ମାନେ କାଉଣ୍ଟରରେ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଧରି ଫେରାର ହୋଇଥିଲେ । ସ୍ଥାନୀୟ ଲୋକ ନୀଳାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ଘଟଣାସ୍ଥଳରୁ ଏକ ବନ୍ଧୁକ ଓ ଗୁଳି ଜବତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)