/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663424648.jpg)
ଗୋଚାଲାଣ ମାମଲା
ଗାଡ଼ି ଆଗରେ ଜଗନ୍ନାଥଙ୍କ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିବାର ଖବର କିନ୍ତୁ ପହଞ୍ଚି ଯାଇଥିଲା ଖୋର୍ଦ୍ଧା ଜିଲ୍ଲାର ଗୋସେବକଙ୍କ ପାଖରେ। ବାଘମାରୀ ପୋଲିସ୍କୁ ଖବର ଦିଆଯିବା ପରେ ପୋଲିସ୍ କଣ୍ଟେନରକୁ ଜବତ କଲା।
ତା ଭିତରେ ଥିବା ୭୦ ଗୋରୁଙ୍କୁ ଉଦ୍ଧାର କରି ଏଲଆଇସି ଅଫିସ୍ ନିକଟ ଏ ଖେଳ ପଡ଼ିଆରେ ଗୋସେବକଙ୍କ ଜିମା ଦେଲା ହେଲେ ତା ପରଠୁ କିନ୍ତୁ ଦୟନୀୟ ସ୍ଥିତିରେ ଥିବା ଏତେ ସଂଖ୍ୟକ ଗୋରୁ କୁଆଡ଼େ ଯିବେ, କଣ ଖାଇବେ ସେ ନେଇ କିଛି ପଦକ୍ଷେପ ନାହିଁ।
ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍, ହେଲେ ଗୋସେବକଙ୍କ ଅଭିଯୋଗ, କେବଳ ଗାଡ଼ି ଜବତ୍ ପରେ ଉଦ୍ଧାର ଗାଈଙ୍କୁ ଗୋଶାଳାକୁ ପଠାଯିବା ନେଇ ପୋଲିସ୍ ନା କିଛି ଉଦ୍ୟମ କରୁଛି, ନା ଗୋସେବକଙ୍କୁ ଏଦିଗରେ କୌଣସି ସହଯୋଗ କରୁଛି। ତିନିଦିନ ହେଲାଣି ନିଜସ୍ୱ ଉଦ୍ୟମରେ ୭୦ ଗୋରୁଙ୍କୁ ସେମାନେ ଖାଇବାକୁ ଦେଇ ରଖିଛନ୍ତି। ଅପରପକ୍ଷେ ସ୍ଥାନୀୟ ଲୋକେ ବି ଏଦିଗରେ ପୋଲିସର ଭୂମିକାକୁ ନାପସନ୍ଦ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)