/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682765540.jpg)
murder case
ମା’ ସହ ୩ ପୁଅଙ୍କୁ ଆଜୀବନ ଜେଲ୍ । ୨୦୧୮ ମସିହାର ଏକ ହତ୍ୟା ମାମଲାରେ ଧର୍ମଗଡ଼ ଏଡିଜେ ଏଭଳି ରାୟ ଶୁଣାଇଛନ୍ତି । ୨୦୧୮ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆଟିଗାଁ ଠାରେ ଆର.ଆଇ ଅଫିସର ଜଣେ ଅସ୍ଥାୟୀ ପିଅନକୁ ଗୋଟିଏ ପରିବାରର ମା’ ଓ ତିନି ପୁଅ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ ।
ଅଭିଯୁକ୍ତମାନେ ଆଟିଗାଁ ଆର.ଆଇ ଅଫିସ ନିକଟରେ ଏକ ସରକାରୀ ଜାଗାରେ ଘର ତିଆରି ପାଇଁ ନିହ ଖୋଳୁଥିଲେ । ଏହା ଜାଣିବା ପରେ ଆରଆଇ ଅଫିସରେ କାର୍ଯ୍ୟରତ ଅସ୍ଥାୟୀ ପିଅନ ଭାବରେ କାର୍ଯ୍ୟ କରୁଥିବା ଛାୟାକାନ୍ତ ଦଣ୍ଡସେନା ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମା କୁଚିତା ଦଣ୍ଡସେନା ବଡପୁଅ ରାଧୁ ହାତରେ ଏକ ଟାଙ୍ଗିଆ ଦେଇଥିଲେ । ବଡ଼ ଭାଇ ସହ ମିଶି ସାନ ଦୁଇ ଭାଇ ପିତ ଓ ରାଧୁ ଦଣ୍ଡସେନା ମଧ୍ୟ ଛାୟାକାନ୍ତକୁ ନିର୍ମମ ହତ୍ୟା କରିଥିଲେ । ପରେ ଜୁନାଗଡ ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁକରାଯାଇ ୪ଜଣଙ୍କୁ ଗିରଫ କରାଯାଇଥିଲା ।
ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍ ବନ୍ଦନା କର ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ସମସ୍ତଙ୍କୁ ୫୦ହଜାର ଲେଖାଏଁ ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି । ଅର୍ଥ ଅନାଦେୟ ରହିଲେ ଆହୁରି ବର୍ଷେ ଅଧିକ ଜେଲ ଦଣ୍ଡାଦେଶ ଶୁଣାଣି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)