Advertisment

Lawyer Dies:ରାତି ଅଧରେ ରାଜଧାନୀରେ ଚାଞ୍ଚଲ୍ୟ, ପେଟ୍ରୋଲ ଢାଳି ଜଳିଗଲେ ଆଇନଜୀବୀ

ରାତି ଅଧରେ ରାଜଧାନୀରେ ଚାଞ୍ଚଲ୍ୟ । ଦେହରେ ପେଟ୍ରୋଲ ଢାଳି ଜଳିଗଲେ ଜଣେ ଆଇନଜୀବି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଞ୍ଚେଶ୍ୱର ଥାନା ପାଣ୍ଡରାରେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଛି ।

author-image
Manasranjan Mohanty
lawyer death

lawyer death

ରାତି ଅଧରେ ରାଜଧାନୀରେ ଚାଞ୍ଚଲ୍ୟ । ଦେହରେ ପେଟ୍ରୋଲ ଢାଳି ଜଳିଗଲେ ଜଣେ ଆଇନଜୀବୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଞ୍ଚେଶ୍ୱର ଥାନା ପାଣ୍ଡରାରେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଛି । ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ପଠାଇଛି ଶବ ବ୍ୟବଚ୍ଛେଦ ପାଇଁ ।

Advertisment

ମୃତକଙ୍କ ନାମ ଦୀପକ କୁମାର ସାହୁ। ବୟସ 46 ହୋଇଥିବା ବେଳେ ପେଶାରେ ସେ ଜଣେ ଆଇନଜୀବୀ । ପରିବାର କହିଲେ ତାଙ୍କ ବୃଦ୍ଧା ମାଆ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହିତ ଏଠାରେ ଦୀର୍ଘଦିନ ହେବ ଘର କରି ରହି ଆସୁଥିଲେ । ପାଖ ପଡୋଶୀଙ୍କ କହିବା ଅନୁଯାୟୀ ପୂର୍ବରୁ ଦୀପକ ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ଫଳରେ ଦୁଇ ଦୁଇଥର ସେ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ହୋଇ ଘରକୁ ଫେରିବା ପରେ ସେ ଅଧିକାଂଶ ସମୟ ଘରୁ ବାହାରକୁ ବାହାରନ୍ତି ନାହିଁ କି କାହା ସହିତ ବେଶୀ କଥାବାର୍ତ୍ତା ହୁଅନ୍ତି ନାହିଁ । ଅଧିକାଂଶ ସମୟ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥାଏ ।

ଏହି ମୃତ୍ୟୁକୁ ନେଇ ପାଖ ପଡୋଶୀ ଲୋକ ସନ୍ଦେହ ଘେରରେ ରହିଛନ୍ତି । ସେ କେବେ ଏମିତି ଚରମ ନିଷ୍ପତ୍ତି ନେବେ ନାହିଁ ବୋଲି କହିଛନ୍ତି ପଡିଶା ଲୋକେ । ଅନ୍ୟପଟେ ଘଟଣା ସ୍ଥଳରେ ମଞ୍ଚେଶ୍ବର୍ ଥାନା ଅଧିକାରୀ,ଜୋନ ଏସିପି ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ବ୍ୟବହୃତ ହୋଇଥିବା ପେଟ୍ରୋଲ ବୋଟଲକୁ ଜବତ କରିଛି । ସମସ୍ତ ଦିଗକୁ ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ ଯାଞ୍ଚ କରିବ ବୋଲି କହିଛନ୍ତି ଜୋନ ଏସିପି ।

Advertisment

Bhubaneswar Dead Lawyer
Advertisment
Related Articles
Advertisment