/odishatv-khabar/media/post_attachments/uploadimage/library/16_9/16_9_0/rape_1751037983.jpg)
rape
କୋଲକାତାରେ କଲେଜ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବହୁ ଚର୍ଚ୍ଚିତ ଆରଜି କର୍ ମେଡିକାଲ୍ କଲେଜ ଦୁଷ୍କର୍ମ ମାମଲା ପରେ କୋଲକାତାରୁ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଲ' କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କଲେଜ କ୍ୟାମ୍ପସ୍ ଭିତରେ ହିଁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଛାତ୍ରୀ । ସୂଚନା ଅନୁସାରେ, ସାଉଥ କୋଲକାତା ଲ’ କଲେଜରେ ଗତ ବୁଧବାର ରାତି ୭.୩୦-୮.୩୦ ରେ ଏହି ଘଟଣା ଘଟିଥିଲା । ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ ।
ଅଧିକ ପଢନ୍ତୁ: ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ
ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ତୃତୀୟ ବର୍ଷ ଛାତ୍ର ରହିଥିବା ବେଳେ ଜଣେ ପୁରାତନ ଛାତ୍ର ମଧ୍ୟ ସମ୍ପୃକ୍ତ ଅଛନ୍ତି। ଛାତ୍ରୀ ଜଣଙ୍କ କଲେଜକୁ ଆସିଥିବା ବେଳେ ଏକ ରୁମକୁ ନେଇ ଏଭଳି ଜଘନ୍ୟ ଅପରାଧ ଘଟାଇଥିଲେ। ଗୁରୁବାର ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ।
ଜନୈକ ଛାତ୍ର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ତେବେ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଯୁବତୀ ଜଣଙ୍କୁ ସିକ୍ୟୁରିଟି ଗାର୍ଡଙ୍କ ରୁମକୁ ନେଇ ଦୁଷ୍କର୍ମ କରିଥିଲେ। ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ମନୋଜିତ ମିଶ୍ର(୩୧), ଜେବ ଅମହମଦ(୧୯) ଓ ପ୍ରମିତ ମୁଖୋପାଧ୍ୟାୟ(୨୦)ଙ୍କ ନାମରେ ଯୁବତୀ ଅଭିଯୋଗ କରିଥିଲେ।
ମନୋଜିତ ଟିଏମସି ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ବେଳେ ଏହି ଘଟଣାରେ ଟିଏମସିକୁ ଟାର୍ଗେଟ କରିଛି ବିଜେପି। କୋଲକାତା ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଦୁଷ୍କର୍ମ ଏଠାରେ ଏକ ନିତିଦିନିଆ ଟ୍ରାଜେଡି ହୋଇଗଲାଣି" ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଅମିତ ମାଲବିୟ। ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ମହିଳା ମାନେ କାହା ସହ ବନ୍ଧୁତା କରୁଛନ୍ତି ସେ ସମ୍ପର୍କରେ ତାଙ୍କୁ ଜଣା ରହିବା ଦରକାର ବୋଲି କହିଛନ୍ତି। ନିଜ ଦଳୀୟ ନେତାଙ୍କୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମକାରୀଙ୍କ ସପକ୍ଷରେ ବୟାନ ଦେବାକୁ ସାଧାରଣରେ ନିନ୍ଦା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)