• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ଆଉ ଜଣେ ମହିଳା । ତାପୁଣି ଜଣେ ଲେଡି ପୋଲିସ ଏସ୍ଆଇ । ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଚୂଡ଼ାମଣି ମେରାଇନ ଥାନାର ସବ୍ ଇନିସପେକ୍ଟର ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଭଦ୍ରକ ପୋଲିସର କହିବା କଥା, ବିବାହର ପ୍ରଲୋଭନ ଦେଇ ସବ୍ ଇନିସପେକ୍ଟର ତପସ୍ୱିନୀ ମହାପାତ୍ର ଶାରୀରିକ ସମ୍ପର୍କ ରଖିଥିଲେ । ଏନେଇ ପୀଡ଼ିତା ଜଣକ ଅଭିଯୋଗ କରିବା ପରେ ତଦନ୍ତ କରିବା ସହ ଏବଂ ମେଡିକାଲ ଯାଞ୍ଚ ପରେ ତପସ୍ୱିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭଦ୍ରକ ଟାଉନଥାନା ପୋଲିସ । ଅଭିଯୋଗକାରିଣୀ ଜଣେ ମହିଳା ସାମ୍ବାଦିକ ବୋଲି କୁହାଯାଉଛି ।

ତେବେ ଏନେଇ ଏସ୍ଆଇ ତପସ୍ୱିନୀ ମହାପାତ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।