Advertisment

ମିଳୁନି ଲେଡି ବ୍ଳାକମେଲର୍‌ଙ୍କ ସ୍ୱାମୀଙ୍କ ପତ୍ତା, ଚାଲିଛି ମୋବାଇଲ୍ ଓ ଲାପ୍‌ଟପ୍‌ ଯାଞ୍ଚ...

ସମ୍ପୃକ୍ତ ଲେଡି ବ୍ଲାକମେଲର୍‌ଙ୍କ ଲିଙ୍କ୍‌ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି।

ଅଦ୍ୟତନ ହୋଇଛି
Lady Blackmailer Husband Missing

Lady Blackmailer Husband Missing

Advertisment

ଲମ୍ବି ଚାଲିଛି ରାଜଧାନୀ ଭୁବନେଶ୍ୱର ର ଲେଡି ବ୍ଲାକମେଲର୍‌ଙ୍କ କଳା ଧନ୍ଧାର ଚେର। କେମିତି ହେଉଥିଲା ଡିଲ୍ ? କରୁଥିଲେ କି ହନିଟ୍ରାପ୍ ? କାହିଁକି ସମ୍ପୃକ୍ତ ଲେଡି ବ୍ଲାକମେଲର୍‌ଙ୍କ ପାଖକୁ ଯାଉଥିଲେ ମାଳ ମାଳ ହାଇପ୍ରୋଫାଇଲ୍ ବ୍ୟକ୍ତି ? ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ରହସ୍ୟମୟୀଙ୍କ ମୋବାଇଲ୍, ଲାପ୍‌ଟପ୍‌କୁ ପୋଲିସ୍ ଯାଞ୍ଚ କରୁଛି। ଏଥିରୁ କେମିତି ବ୍ଲାକ୍‌ମେଲିଂର ପୂରା ନେଟଓ୍ୱର୍କ ଚାଲିଥିଲା ତାହାର ପ୍ରମାଣ ମିଳିଥିବା କୁହାଯାଉଛି।

Advertisment

ଏପରିକି ସମ୍ପୃକ୍ତ ମହିଳା କାହା କାହା ସହ କଥା ହେଉଥିଲେ ? ତାଙ୍କ କଲ୍ ଲିଷ୍ଟରେ କେଉଁ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି, ତାହା ଜାଣିବାକୁ ପୋଲିସ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରୁଛି। ସମ୍ପୃକ୍ତ ଲେଡି ବ୍ଲାକମେଲର୍‌ଙ୍କ ଲିଙ୍କ୍‌ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି। ଜଗବନ୍ଧୁ ବିଜେଡି ପାଇଁ କାମ କରୁଥିବା ଫେସବୁକ୍‌ରେ ଲେଖିଛନ୍ତି। 

ଯଦି ହନିଟ୍ରାପ୍ କରି ସମ୍ପୃକ୍ତ ମହିଳା ବ୍ଲାକମେଲ୍ କରୁଥିଲେ ତେବେ କେଉଁଠୁ ଆଣୁଥିଲେ ଯୁବତୀ ? ଏସବୁର ଯାଞ୍ଚ ଚାଲିଥିଲେ ବି ପୋଲିସ ପୁରା ଘଟଣା ଉପରେ ମୁହଁ ଖୋଲୁନଥିବାରୁ ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ପୂର୍ବରୁ ବ୍ଲାକମେଲ୍‌ ପରେ ଡିଲ୍ ନେଇ ଉକ୍ତ ମହିଳାଙ୍କ ଏକ ଭିଡିଓ ଗଣମାଧ୍ୟମ ହାତରେ ଲାଗିଥିଲା। ଭୁବନେଶ୍ୱରର ଏକ ଦାମୀ ହୋଟେଲରେ ମହିଳା ଜଣଙ୍କ ଏକ ଡିଲ୍ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।  ତେବେ କ୍ରାଇମ୍ ସିଣ୍ଡିକେଟ୍ ପଛରେ କିଏ, ସେନେଇ କମିଶନରେଟ୍ ପୋଲିସ୍ ମୁହଁ ଖୋଲୁନି। 

Advertisment

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ ରହସ୍ୟମୟ ଡିଲ୍‌- ‘ଏଠି ନୁହେଁ, କର୍ଣ୍ଣରକୁ ଚାଲ...’ 

ଏଣେ ମହିଳାଙ୍କ ପାୱାରପଫୁଲ ଲିଙ୍କ୍‌ ସାମ୍ନାକୁ ଆସିିବା ପରେ ତେଜିଛି ରାଜନୀତି। ମହିଳାଙ୍କ ସହ ସଂପର୍କ ଥିବା ରାଜନେତା ଓ ବ୍ୟୁରୋକାଟ୍‌ଙ୍କ ନାଁ ପୋଲିସ କାହିଁକି କାଢୁନି ବୋଲି ପଚାରିଛି ବିଜେପି । ପୋଲିସ ଚାପରେ ରହି କାମ କରୁଥିବା ଦଳ ଅଭିଯୋଗ କରିଛି। ତେବେ କଂଗ୍ରେସ, ଉଭୟ  ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। ଦୁଇ ଦଳର ନେତାଙ୍କ ଦୁର୍ନୀତ ଟଙ୍କା ଏଭଳି ଢଙ୍ଗରେ ଖର୍ଚ୍ଚ ହୁଏ ବୋଲି ଦଳ କହିଛି । ମାତ୍ର ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ବିଜେଡିର ପ୍ରତିକ୍ରିୟା ମିଳିନି।

Advertisment
Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ