Advertisment

ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ; ଟଙ୍କା ନେଇ ଗିରଫ ହେଲେ କୋଟଗଡ଼ ଥାନା ASI...

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Vigilance Raid On Kotagarh Police Station ASI

ASI Rajanikanta Das

ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ। ଏକ ମାମଲାର ରଫାଦଫା କରିବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କୋଟଗଡ଼ କାଳୀ ମନ୍ଦିର ନିକଟରେ ମାଡି ବସିଥିଲା। 

Advertisment

ଆଉ ଭିଜିଲାନ୍ସ ଟିମ ତାଙ୍କଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ଭିଜିଲାନ୍ସ ଟିମ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଚଢ଼ାଉ କରି ଛାନ୍ ଭିନ କରୁଥିବା ଜଣାପଡିଛି। ଅନ୍ୟପଟେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଚଳାଇଛି।

ଅଧିକ ପଢନ୍ତୁ: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ...

Advertisment

ଏପଟେ ଆଜି ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ବସିବ ବୈଠକ । ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେବେ । 

ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ସମୟରେ ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପରେ ଆଲୋଚନା କରାଯିବ । ଏବଂ ନିର୍ବାଚନ ସମୟରେ ମିଳିଥିବା ସକରାତ୍ମକ ଫଳାଫଳ ପାଇଁ ଆନ୍ତବିଭାଗୀୟ ସମନ୍ୱୟକୁ ପ୍ରଶଂସା କରାଯିବ। ରାଜ୍ୟରେ ସରକାର ପରିବର୍ତ୍ତନ, କଳାଧନ ଏବଂ ଟିକସ ଫାଙ୍କିବା ଭଳି ପ୍ରମୁଖ ପ୍ରସଙ୍ଗ ସହ CBDT ଅଧିକାରୀଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି। 

ଦେଶରେ କଳାଧନ ବାହାର କରି ଲୋକଲୋଚନକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ ବି ଶାହଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ ହୋଇଥିଲା। ଯାହାର ଉପାଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ।

ଅଧିକ ପଢନ୍ତୁ: କୋଟିଏରୁ ଅଧିକ ଟଙ୍କା ଖାଇଗଲେ ! ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

Vigilance Raid
Advertisment
Advertisment