• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୃଶଂସ ଭାବେ ମାଡ଼ ମାରିଲେ । ପରେ ସ୍ତ୍ରୀକୁ ନେଇ ଗଣଦୁଷ୍କର୍ମ କଲେ । ଏପରି ଘଟଣା ପୁରା ଅଞ୍ଚଳକୁ ଦୋହଲାଇ ଦେଇଛି । ସ୍ବାମୀଙ୍କୁ ମାଡ଼ ମାରିଲେ, ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ତେବେ ମହିଳା ଜଣଙ୍କ ଢେଙ୍କାନାଳରେ ରହି ପାଠ ପଢୁଥିବା ଜଣା ପଡ଼ିଛି । ଦଶହରା ଛୁଟିରେ ସ୍ବାମୀଙ୍କ ସହ ବାଇକରେ ଘରକୁ ଫେରୁଥିଲେ । 
ଫେରିବା ବାଟରେ ହିଁ ବରୁଆଁ ନିକଟରେ ୫ ଜଣ ଗାଡ଼ି ଅଟକାଇ ସ୍ବାମୀଙ୍କୁ ନିର୍ଧୂମ୍ ପିଟିଥିଲେ । ପରେ ମହିଳା ଜଣଙ୍କୁ ନିକଟସ୍ଥ କାଜୁ ଜଙ୍ଗଲକୁ ଟେକି ନେଇଥିଲେ ବୋଲି ସୂଚନା ମିଳିଛି । ଜଙ୍ଗଲରେ ଭିତରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । 
ତେବେ ଅଭିଯୁକ୍ତମାନେ ମୋବାଇଲ ଓ ଟଙ୍କା ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏତଲା ପରେ ୨ ଜଣଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଢେଙ୍କାନାଳ ଏସ୍‌ପି । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଏସ୍‌ପି ।